Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Abstract Drama Tragedy

4.1  

Kali Kumar

Abstract Drama Tragedy

ଲକ୍ଷ୍ୟ

ଲକ୍ଷ୍ୟ

1 min
180


ନିସ୍ତେଜ ସୂର୍ଯ୍ୟ କିରଣ

ଅସ୍ପଷ୍ଟ ଦିଗ୍ ବଳୟର

ପ୍ରଗାଢ଼ ଅନ୍ଧକାର ଭିତରେ

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ କଡ଼ ଲେଉଟାଉଛନ୍ତି ।।

କିଛି ଗୋଧୂଳିରେ ଲୀନ

କିଛି ଝାଉଁଳା ଉପବନ

କିଛି ସ୍ମୃତିର ସନ୍ତକ

କିଛି ବୃକ୍ଷେ ମୁଦ୍ରିତ 

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ ଇତସ୍ତତଃ ଅସ୍ତବ୍ୟସ୍ତ ।।

କେତେବେଳେ ଝରିଯାଏ 

ଶେଫାଳିଟେ ହୋଇ,

ପୁଣି ଅସ୍ତିତ୍ବ ଆତ୍ମସାତ୍ ଅନ୍ତେ

ଜୀବନ ଦିଏ ମହକାଇ,

କେତେବେଳେ ଛିଡ଼ା ସିଏ

ଅଭିସାର ସ୍ୱରୂପ ନେଇ

ପୁଣି ଖର ପ୍ରଖର

ସମସ୍ୟାର ଉଛୁଳା ନଈ

ଦେଖ ! କେମିତି ଜୀବନର

ଲକ୍ଷ୍ୟଗୁଡ଼ିକ ଫିକା ପଡ଼େ ରଙ୍ଗ ବଦଳାଇ ।।


Rate this content
Log in