STORYMIRROR

Alekha Pasad Moharana

Abstract

4  

Alekha Pasad Moharana

Abstract

ଲକ୍ଷ୍ମଣ ଗାର

ଲକ୍ଷ୍ମଣ ଗାର

1 min
219


ତିନିଗାର କାଟି ଅନୁଜ ଲକ୍ଷ୍ମଣ ବାରଣ କରିଲେ ସୀତା

ଗାରକୁ ଲିଭାଇ କେବେ ଯିବେ ନାହିଁ ଲିଭିଲେ ଆସିବ ବ୍ୟଥା।

ସମୟର ଗତି ପାରିଲେନି ରୋଧି ଭୁଲିଣ ବିଧାନ ନୀତି

ଗାର ଲିଭାଇଣ ନିୟମ ଲଙ୍ଘିଲେ ଭୋଗିଲେ ମହା ଦୁର୍ଗତି।


କାଳର କରାଳ ଚକ୍ରରେ ଏ ବିଶ୍ୱ ହୋଇଅଛି କବଳିତ

କରୋନା ଭୂତାଣୁ ଗ୍ରାସୁଅଛି ଯେଣୁ ଧରାବାସୀ ଆତଙ୍କିତ ।

ନିରୀହ ମାନବ ଭୋଗୁଛନ୍ତି ଦୁଃଖ ସଚେତନ ନହୋଇଣ

ମରଣର ଗାତ ନିଜେ ଖୋଳୁଛନ୍ତି ଅହମିକା ଦମ୍ଭେ ଜାଣ ।


ତାଲା ବନ୍ଦ ନୀତି ଅମାନ୍ୟ କରନ୍ତି ବିପଦକୁ ଫାଙ୍କିଦେଇ

ସଦାଚାର ଭ୍ରଷ୍ଟ ଆଣୁଅଛି କଷ୍ଟ ଭାଗ୍ୟେ ସଦା ଦୋଷ ଦେଇ ।

ସମୟ ସ୍ରୋତରେ ସବୁ ଭାସିଯିବ ନିୟମ ଭାସିବ ନାହିଁ

ନିୟମ ମାନିଲେ ନିଜକୁ ବଞ୍ଚାଇ ଅନ୍ୟେ ବଞ୍ଚାଇବୁ ତୁହି।


ବିପର୍ଣ୍ଣ ହେବନି ଜୀବନ କାହାର ମରଣ ହୋଇବ ଦୂର

ସରଗ ଧାମରୁ ବିଧାତା ଆସିବେ ମାନିଲେ ଲକ୍ଷ୍ମଣ ଗାର।



Rate this content
Log in

Similar oriya poem from Abstract