STORYMIRROR

Trushna Das

Inspirational

4  

Trushna Das

Inspirational

ଲକ୍ଷ୍ମୀ ପାଦ

ଲକ୍ଷ୍ମୀ ପାଦ

1 min
225

ଜନ୍ମ ହେଲେ ଝିଅ 

କର ନାହିଁ ମନ ଦୁଃଖ 

ତା ପାଦ ପରା ଲକ୍ଷ୍ମୀ ପାଦ 

ଲକ୍ଷ୍ମୀ ଆସିଛନ୍ତି ନେଇ ତା ରୂପ।।


ଝିଅ ପାଦ ପରା ଲକ୍ଷ୍ମୀ ପାଦ

ହୋଇବ ଘରର ଉନ୍ନତ

ନ ରହିବ ଘରେ ବିପଦ

ଝିଅ ହସରେ ଦୁଃଖ କଷ୍ଟ ହୋଇବ ଦୂର

ଧନ ସମ୍ପତ୍ତିରେ ଭୋରି ଯିବ ଘର।। 


ଅଲକ୍ଷଣୀ ଉପାଧି ପାଇ ଝିଅ ବୋହୂ 

କାଢିଲେ ପାଦ ଘରୁ

ଜାଣିଥାଅ ବାହାରି ଗଲେ ମାତା ଲକ୍ଷ୍ମୀ ଘରୁ

ଆସିବ ବହୁତ ବିପଦ ଏବେ ସେ ପରିବାରକୁ।।


ବିନା ଦୋଷରେ କ୍ରୋଧ କଲେ ,ଉଠାଇଲେ ହାତ ଝିଅ ବୋହୂ ଉପରେ

ସେମାନଙ୍କ ଆଖି ଲୁହରେ

ସେ ଘରୁ ଧୋଇ ହୋଇ ଯିବ ଲକ୍ଷ୍ମୀ ପାଦ ଯେ

ହୋଇବ ସର୍ବନାଶ ସେ ପରିବାର ହୋଇ ଲକ୍ଷ୍ମୀଛଡା, ଏହ ସତ୍ୟ ଯେ।। 


ନାରୀର ନିନ୍ଦା ଅପମାନ 

ମାତା ଲକ୍ଷ୍ମୀ ସହି ପାରନ୍ତି ନାହିଁ, ଏହା ସତ୍ୟ

ପାଇବାକୁ ଯାଇ ମାତା ନ୍ୟାୟ ପାଦ କାଢି ଥିଲେ ଘରୁ

ସ୍ୱାମୀ ଓ ଦେଢ଼ ଶଶୁରଙ୍କୁ କରାଇଲେ ପ୍ରାୟଶ୍ଚିତ।।


ତୁମେ ତ ମଣିଷ ମାତ୍ର

ନାରୀ ଉପରେ କଲେ ଅନ୍ୟାୟ ଅତ୍ୟାଚାର 

ଘରୁ ଧୋଇ ହୋଇ ଯାଏ ଲକ୍ଷ୍ମୀ ପାଦ

ଦୁଃଖ କଷ୍ଟ କରିବେ ସେ ଘରେ ବାସ।। 


ତେଣୁ ଆପଣେଇ ନିଅ ନିଜ ଘରର ଲକ୍ଷ୍ମୀ ପାଦ ଝିଅକୁ 

ଧନ ସମ୍ପତ୍ତି, ଖୁସି ଆସିବ ଘରକୁ 

ଦିଅ ମାନ ଝିଅ ବୋହୂକୁ 

ଲକ୍ଷ୍ମୀ ଆଶୀର୍ବାଦରେ ଉନ୍ନତି ତୁମେ କରିବ ଏମିତି, ତୁମ କଥା ରହିଯିବ କାଳ କାଳକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational