STORYMIRROR

Kalandi pal

Inspirational

4  

Kalandi pal

Inspirational

ଲକ୍ଷେ ମହୋଦଧି ଜଳେ

ଲକ୍ଷେ ମହୋଦଧି ଜଳେ

1 min
156

ଲକ୍ଷେ ମହୋଦଧି ଜଳରେ ତୋ ଦେହ

     ଓଦା କରି ହୁଏ ନାହିଁ

ଭକତ ଆଖିର ଟୋପାଏ ଲୁହରେ

     ଭିଜି ଯାଉ ପ୍ରଭୁ ତୁହି

ତୁ ତ,ପରଂବ୍ରହ୍ମ ଶୁନ୍ୟ ଦେହି ।


ଲକ୍ଷେ ଜ୍ୟୋତିର୍ବିନ୍ଦୁ ଭେଦି ନ ପାରଇ 

    କେବେ ଦେଖ ଯାଉ ନାହିଁ

ଆତୁର ହୃଦୟ ଚକ୍ଷୁର ଜ୍ୟୋତିରେ

    ଦେଖାଯାଅ ପ୍ରଭୁ ରହି

ଲକ୍ଷେ ଜ୍ୟୋତିର୍ବିନ୍ଦୁ ତେଜ ଠାରୁ ବଳି

    ତେଜରେ ଗଢ଼ା ତୋ ଦେହି ।


ସାରା ଜଗତର କେଉଁ ରଜ୍ଜୁ ତୋତେ

    କେବେ ବାନ୍ଧି ପାରେ ନାହିଁ

ଭକତ ହୃଦୟ ଭକତି ଡୋରିରେ

    ବାନ୍ଧି ହୋଇଯାଉ ତୁହି

ତୁହି ତ ବିରାଟ ତୁହି ଅଟୁ ଶୂନ୍ୟ

    ଭାବକୁ ଥାଉ ଅନାଇ ।


ମହିମା ତୋହର ଲେଖି ହୁଏ ନାହିଁ

    ଗଦା ଗଦା ତାଳପତ୍ରେ

ଅନୁଭବେ ମାତ୍ର ରହିଯାଉ ତୁହି

    ଆପଣା ଭକତ ହୃଦେ

ତୁହି ଭକତର ଭକତ ତୋହର

    ଥାଉ ଅନୁଭବ ନେଇ ।


Rate this content
Log in

Similar oriya poem from Inspirational