STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ଲଜ୍ଜ୍ୟା

ଲଜ୍ଜ୍ୟା

1 min
364

କେମିତି ଦୁନିଆ ବଦଳିଗଲାଣି ଦେଖ

ଲାଞ୍ଚ ନେଲେ ଲାଜ ଲାଗୁନି

ବୁଢା ବାପା ମାଆ ଙ୍କୁ ଲାତ ମାରିଲେ

ପୁଅବୋହୁକୁ ଲାଜ ଲାଗୁନି

ହେଲେ ଅପାଠୁଆ କହିଦେଲେ ବୋଲି

ମୁଣ୍ଡ ନଇଁପଡୁଛି ଲାଜରେ


ପିଲାଙ୍କୁ ଅଶିକ୍ଷିତ କରିଦେଲେ

କାହାକୁ ଲାଜ ଲାଗୁନି

ଗାଡିରେ ତେଲ ନ ଥିଲେ

ଚାଳକକୁ ଲାଜ ଲାଗୁନି

ହେଲେ ପାଦରେ ଚାଲି ଆସିବାକୁ କହିଲେ

ଘରେ ଲୁଚିଯାନ୍ତି ଲାଜରେ


କାହାର ଝିଅ ବୋହୁକୁ ଖରାପ ଆଖିରେ ଦେଖିଲେ

ପୁଅଙ୍କୁ ଲାଜ ଲାଗୁନି

ଅନ୍ୟ ପୁରୁଷ ସହ ପୀରତି ରଖିଲେ କି ବୁଲିଲେ

ଆଜିର ଝିଅଙ୍କୁ ଲାଜ ଲାଗୁନି

ଅଙ୍କଲ କି ଆଣ୍ଟି କିଏ ଡାକିଦେଲେ ତାଙ୍କୁ

ଦେହ ଜଳିଯାଏ ଲାଜରେ


ଛି...ଛି..ଛି ଏ ଯୁଗ ପୁରା ବଦଳିଗଲାଣି

ଖରାପ କାମ କଲେ କାହାରିକୁ ଲାଜ ଲାଗୁନି

ହିଂସା କି ରାଜନୀତି କଲେ ଏ ଜନତାଙ୍କୁ

ତିଳେ ହେଲେ ଲାଜ ଲାଗେନି

ହେଲେ ହାତରେ କନାବ୍ୟାଗ ଧରି ବଜାର ଯିବାକୁ

ବାଟ ଚାଲିପାରନ୍ତିନି ଲାଜରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational