STORYMIRROR

Kalandi pal

Inspirational

3  

Kalandi pal

Inspirational

ଲିମ୍ବ କାଠେ ତୋର ଦେହ

ଲିମ୍ବ କାଠେ ତୋର ଦେହ

1 min
252


ଶାଳୁଆ କାଠରେ ରଥ ଗଢ଼ା ତୋର

     ଲିମ୍ବ କାଠେ ତୋର ଦେହ.

ଚିକ୍କଣ କାଳିଆ ଦେହଟି ତୋହର

     ଚିକ୍କଣ କାଳିଆ ମୁହଁ.

ସେତ, ଅପୂର୍ଵ ଶୋଭା ବିଗ୍ରହ. l0l


ଷୋଳକଳା ନେଇ ଷୋଳଚକା ଥାଇ

     ନନ୍ଦିଘୋଷ ଯାଏ ଗଡି.

ଟାଣନ୍ତି ଭକତେ ତୋଷ ହୋଇ ଚିତ୍ତେ

     ଭକତି ପସରା ବାଢି.

ଆଖିରେ ଆଖିରେ ତୋର ରୂପ ଦେଖି.

ମନରେ ମନରେ ତୋ ଭାବ ପରଖି.

     ଲଭେ ଅପୂର୍ବ ସେନେହ. l1l


ତିନିରଥ ଗଡେ କେତେ ଭକ୍ତ ମେଳେ

     ଘଣ୍ଟ, ଘଣ୍ଟା ତାଳେ ତାଳେ.

ବଡଦାଣ୍ଡ ଭାସେ ଭକତି ଜୁଆରେ

     ପାପ ନାଶ ଚକତଳେ.

ଅପୂର୍ଵ ରଥରେ ଅପୂର୍ବ ମୂରତି

ଶୋଭା ବର୍ଣ୍ଣିବାକୁ ନାହିଁ କା ଶକତି.

      ଅପୂର୍ବ କାନ୍ତି ତା ମୁହଁ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational