STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଲୀନ ହେଉ ଆତ୍ମା ମୋର

ଲୀନ ହେଉ ଆତ୍ମା ମୋର

1 min
160


ମନ ବଡଦାଣ୍ଡେ ଜୀବନ ସ୍ୟନ୍ଦନେ ବିଜୟ ବିଶ୍ଵ ପୁରୁଷ

ଶ୍ରୀଗୁଣ୍ଡିଚା ଯାତେ ରତ୍ନବେଦୀ ଛାଡି ଆରୋହଣ ନନ୍ଦିଘୋଷ

ସେ ପାଇଁ ନିଥର ନୀରସ ୟେ ପ୍ରାଣ ହେଉଅଛଇ ଉତ୍-ଫୁଲ

ଖୁସିରେ ଗଦ୍-ଗଦ ହୁଏ ଆତ୍ମାରାମ ଉଚାରଣେ ହରିବୋଲ ।।


ଶରଧା ବାଲିରେ ଉଡ଼େ କପିଧ୍ଵଜ ବଡ଼ଦାଣ୍ଡ ଗହଗହ

ଯାଗ୍ରତ ହୁଅଇ ଅମୀୟ ଚେତନା ଲାଗିଅଛି ସମାରୋହ

ଏହି ସମାରୋହ ମଣ୍ଡପେ ତୋରଣ ସଜାଇଛି ବଳାହକ

ବରଷା ର ଧାରା ଫୁଲର ପସରା ସମ ଝରେ ଅଳ୍ପ ଅଳ୍ପ ।।


ବହେ ସୁଲୁ ସୁଲୁ ଶୀତଳ ଅନୀଳ ଦିଗାଙ୍ଗୀ ବକ୍ଷ ବିଦାରି

ମୋ କାଳିଆ ବାମନ ସର୍ବ ସମ୍ମୁଖରେ ଶ୍ରୀମନ୍ଦିର ରୁ ବାହାରି

ପରାଣ ପବନ ଆତ୍ମାରାମ ରାମ ଜୀବନ ମନକୁ ଆଜି

ଆବୋରି ନେଲେଣି ଭକତି ବିଶ୍ୱାସେ ଯାଉଅଛି ପରା ହଜି ।।


ପବିତ୍ର ବେଳାରେ ହୃଦୟ କନ୍ଦରୁ ଝରଇ ପୀୟୂଷ ଧାର

ପାନକରି ତୁମ ଶ୍ରୀପୟର ଯୁଗ୍ମେ ଲୀନ ହେଉ ଆତ୍ମା ମୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics