STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଲୀଳାମୟ

ଲୀଳାମୟ

1 min
8


ଲୀଳାମୟ ଇଛାମୟ ଦୟାମୟ ଜଗନ୍ନାଥ

ଯୁଗେ ଯୁଗେ ସବୁ ଲୀଳା ସ୍ମରଣୀୟ

ସୃଷ୍ଟି ଆରମ୍ଭରୁ ଲୀଳା କ୍ରମେ ଚାଲୁ ରହିଅଛି

ଲୀଳାମୟ ଙ୍କ ଲୀଳା ଅବିସ୍ମରୀୟ

ମର୍ତ୍ତ୍ୟ ବୈକୁଣ୍ଠରେ ରତ୍ନ ସିଂହାସନେ ବିରାଜିତ

ଇଛାମୟ ତୁମେ ଶ୍ରୀକ୍ଷେତ୍ରର ଶିରୀ

ତୁମ ଇଚ୍ଛାରେ ହିଁ ଆତଜାତ ସକଳ ଜଗତ

ଲୀଳାମୟ ,ସବୁ ଲୀଳା ହିଁ ତୁମରି

ଆହେ ନୀଳାଚଳ ନାଥ ପୁଣି ଜଗତର ନାଥ

ଭକତ ଭାବରେ ବନ୍ଧା ଭାବଗ୍ରାହୀ

ଭକତି ଭାବ ପାଇଁ ଖୋଜୁଛି ପୁରାଣ ପୋଥିରେ

ଭାବର ରହସ୍ୟ ଭକ୍ତି ଭାବ ପାଇଁ

ଭବ ସାଗରରେ ଭାସି ଭାସି ଯାଉଅଛି ଏକା

ଥଳ କୁଳ ଏଠି ପାଉ ନାହିଁ କାହିଁ

ତୁମେ ନିରାକାର ପୁଣି ଆକାର ହୋଇଛ କିପରି

ଗଢ଼ରହସ୍ୟ ଆଦୌ ଜାଣିନାହିଁ

ସଂସାର ମୋହ ମାୟାରେ ଜୀବନ ଅତି ଦୁଃସହ

ଭୁଲି ଯାଉଅଛି ନାମ ଭଜିବାକୁ

ଜୀବନ ଯନ୍ତ୍ରଣାରେ ବୁଦ୍ଧି ବାଟବଣା ହୁଏ

ହୃଦୟର ଦୁଃଖ କହିବି କାହାକୁ

ରାଧାରାଣୀ ଭାବ ଅବା ମୀରାବାଇ ପରି ଭାବ

ଜାଣିବାକୁ ମନ ହେଉଛି ଆତୁର

ଯେଉଁ ଭାବରେ ଭାବଗ୍ରାହୀ ବି ଭାବ ରଖିଥିଲେ

ସେହି ଭାବ ଖୋଜୁଅଛି ନିରନ୍ତର

ନୀଳାଚଳେ ବସି ଭାବକୁ ପରଖି ଦେଖୁଛ

ଅପଲକ ନୟନରେ ଦିନରାତି

ବନ୍ଧୁ ମହାନ୍ତି ସାଲବେଗ ଦାସିଆ ହୃଦୟର

ଭାବ କରିଛ ଗ୍ରହଣ ହାତ ପାତି

ନୀଳାଚଳେ ମାନବୀୟ ଲୀଳା ପ୍ରକଟ ହୋଇଛି

ଭକ୍ତଙ୍କ ଗହଳି ନିତି ପ୍ରତିଦିନ

ଭାବ ଜ୍ଞାନ ପାଇଁ ସତ୍ୟ ପଥ ଦିଅନ୍ତୁ ଦର୍ଶାଇ

ଶ୍ରୀଚରଣେ କରୁଅଛି ନିବେଦନ

ଯୁଗ ଯୁଗ ଧରି ସତ୍ୟ ଧର୍ମ ରକ୍ଷା ଅର୍ଥେ ଲୀଳା

ଲୀଳା ଖେଳା ଚାଲୁଅଛି ଅହରହ

ଆହେ,ମହାନାୟକ ଲୀଳାମୟ ପ୍ରଭୁ ଜଗନ୍ନାଥ

କଳି କାଳେ କି ଲୀଳା ହେଉଛି କୁହ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract