STORYMIRROR

samhita jena

Inspirational

3  

samhita jena

Inspirational

ଲୀଳାମୟ ତୁମେ

ଲୀଳାମୟ ତୁମେ

1 min
171

ଲୀଳା ତୁମ୍ଭ ପ୍ରଭୂ ଆରମ୍ଭ ହୋଇଲା

      ତୁମ ରୂପ ମାଧୁର୍ଯ୍ୟରୁ

ଶିଳ୍ପୀ ଉଭେଇଲେ ଦ୍ୱାର ଖୋଲୁ ଖୋଲୁ

      ଦର୍ଶନରେ ମନ ହରୁ।


ବାରମାସେ ତୋର ତେର ପର୍ବ ପଡେ

       ଅଲୌକିକ ତୋର ଲୀଳା

ସବୁ ପରମ୍ପରା ତୋଠାରୁ ଆରମ୍ଭ

       ଆହେ ପ୍ରଭୂ ଚକା ଡୋଳା।


କୋଉଠୁ ଆସୁଛି କେମିତି ହେଉଛି

       ଷାଠିଏ ପଉଟି ରନ୍ଧା

କିଏବା ଖାଉଛି କୁଆଡେ ଯାଉଛି

       ମିଳେ ନାହିଁ ତାର ଫନ୍ଦା।


ହାଣ୍ଡି ପରେ ହାଣ୍ଡି ଖଞ୍ଜା ହୋଇଥାଏ

        ଅଭଡା ରାନ୍ଧିବା ପାଇଁ

ଉପର ହାଣ୍ଡିଟି ଆଗ ଅନ୍ନ ହୁଏ

        ପତ୍ତା ତ ମିଳଇ ନାହିଁ।


ଅନନ୍ତ କାଳରୁ ଅଖଣ୍ଡ ଜଳୁଛି

       ସେଥିରୁ ଚୁଲି ଲାଗଇ

ଲୀଳାମୟଙ୍କର ଇଛା ବିନା କଣ

        ସମ୍ଭବ ହୋଇ ପାରଇ।


ତୋର କାମ ବସି ତୁହି କରୁଥାଉ

        ମଣିଷ ନିମିତ୍ତ ମାତ୍ର

ଆହେ ଲୀଳାମୟ ଜଗତ କରତା

        ପ୍ରଭୂ ଜଗତର ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational