STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଲୀଳା

ଲୀଳା

1 min
34


ସିଂହଦ୍ୱାରେ ପହଣ୍ଡି କରି ସାରି 

ରଥେ ବିଜେ ଧର୍ମଦାଣ୍ଡେ ବାହାରି 

ଘୋଷଯାତରେ ଶ୍ରୀହରି 

ପତିତପାବନ ନାମ ସାର୍ଥକ କରି 

ନବଦିନାକ ଯାତ୍ରା ରୀତିନୀତି ଅନୁସରି 

ଗୁଣ୍ଡିଚାଯାତ୍ରା କରି କରାଅ ହରି 

ଜନ୍ମବେଦୀକୁ ଅବଲୋକନ କରି 

ଅନ୍ତର୍ବେଦୀକୁ ସ୍ମରି 

ଆଡ଼ପ ମଣ୍ଡପେ ମୋକ୍ଷ ଭରି 

ବାହୁଡାଯାତ୍ରାରେ ଆସ ଫେରି 

ତୁମ ପାଇଁ ସାଇତା ବସ୍ତ୍ର ରଙ୍ଗେ ଭରି 

ରବିବାର ନାଲି ସୋମବାର ଧଳା ଛିଟ 

ମଂଗଳେ ପାଟୁଆ ବୁଧରେ ସବୁଜ 

ଗୁରୁରେ ହଳଦିଆ ଶୁକ୍ରବାର ଧଳା ସାଧା 

ଶନିରେ କଳା ବା ବାଇଗଣୀ ପସନ୍ଦ ତୁମରି 

ଭକତେ ଛୁଟନ୍ତି ଦେଖିବାକୁ ମନଭରି 

କେବେ ଧର୍ମଦ୍ୱାରେ କେବେ କର୍ମଦ୍ୱାରେ 

କେବେ ମୋକ୍ଷଦ୍ୱାର କେବେ ଅର୍ଥଦ୍ୱାର ପାରି

କେବେ ପିନ୍ଧି ଖଣ୍ଡୁଆପାଟ 

କେବେ ଗୀତଗୋବିନ୍ଦ ଲେଖା ପାଟ ତୁମରି 

କଟନ ବସ୍ତ୍ରରେ ତୁମର ବି ନଜର ଭାରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational