STORYMIRROR

Prabhanjana Tripathy

Romance Others

3  

Prabhanjana Tripathy

Romance Others

ଲେଉଟା ପ୍ରେମ

ଲେଉଟା ପ୍ରେମ

1 min
214


ଲେଉଟା ସମୟ ଆଜି ତାର ଅତୀତର ତାଳେ ତାଳେ ଅଳସ ଅଧରେ,

ଲେଲିହାନ ରକ୍ତିମ ଜବାର ତଳେ,

କାମାତୁରା ସଂସ୍ପର୍ଶ ବେଧରେ ll

ଲାଖିଯାଏ ହସ ତନୁ ଲଗ୍ନେ କଳା ଟିକା 

ମୁକ୍ତ କରି ହୃଦୟର ଭଷା,

ଗୋପନରେ ନାହିଁ ଆଗ୍ନେୟର ଲାଭା,

ସତେକି'ସେ ଢାଙ୍କିଦେଵ,

ଭାବନାର ଗଭା ll

ତାର ଝାପ୍ସା ଝାପ୍ସା ଚମକର ଉଜ୍ଜଳ ଭରା କିରଣର ଟୋପା,

ପିଉଷ ପିପାଷା ଆଶା ଭରଷାରେ,

ପୋଡାଇ ଜଳାଇ ଦେଇ,

ପାଉଁଶ କରି ଫିଙ୍ଗିବ ଗାଗରେ ଗାଗରେ ll


ପ୍ରିତୀ ଲଗ୍ନେ ପ୍ରିତିଭରା ଉନ୍ମାଦନା ଆଉ ପୁଣି ଉଜ୍ଜଳ ଆରତୀ,

ପ୍ରିତୀପଦ୍ମା ପ୍ରଣୟର କାଜେ,

ଧସେଇ ପଶିବ ଆସି ବନ୍ଦ କୋଠରୀରେ ଥିବା,

ହୃତ୍ପିଣ୍ଡ ପାଶେ ll


ସ୍ପନ୍ଦିତ ମାଂସାଳ ପିଣ୍ଡ ଉଠିବ ଚମକି,

ହୃଦଘାତ ହେଲାଭଳି ହେବ ଅନୁଭବ,

ରୋମାଂଚିତ କରି ଚାଲିଯିବ,

ଉନ୍ମାଦନା ଭରିଦେଇ,

ଶୀତଳ କାମରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance