STORYMIRROR

Dr Baman Chandra Dixit

Classics Inspirational

3  

Dr Baman Chandra Dixit

Classics Inspirational

ଲେଖି ଯାଅ କବି

ଲେଖି ଯାଅ କବି

1 min
232


କରାଗ୍ରେ ସରାଗେ ତୋଳି ନିଅ କବି

ନୂଆ ରଙ୍ଗ ରାଗ ଭାବ ବୋଳି ଦିଅ

ତୁମ ହୃଦୟ ର ଯେତେ ଅନୁଚିନ୍ତା

ତୁମ ଲେଖନୀ ମୁନ ରେ ଆଙ୍କି ଯାଅ।

ଲେଖି ଯାଅ କବି ଲେଖି ଯାଅ।।


ଲେଖି ଯାଅ ପ୍ରେମ ପ୍ରୀତି ଭାଇଚାରା

ସ୍ନେହ ଆଦର ର ସ୍ପର୍ଶ ମଧୁ ଝରା

ମମତା ଭରା ଆଖିର ପଲକ ରୁ

ଲୁହ ଦୁଇ ଟୋପା ହୋଇ ଝରି ଯାଅ।

ଲେଖି ଯାଅ କବି ଲେଖି ଯାଅ।।


ପୂତ ସମ୍ପର୍କର ପବିତ୍ର ବନ୍ଧନ

କ୍ଷୁର୍ଣ୍ଣ ନ ହେଉ ମାନ କି ସନମାନ

ମର୍ଯ୍ୟାଦା ମହତ ଭାବ ଭକତି ର

ଶାଶ୍ୱତ ଗୀତ ଅମୃତ ରଚି ଯାଅ।

ଲେଖି ଯାଅ କବି ଲେଖି ଯାଅ।।


ଭରି ଦିଅ ପ୍ରାଣେ ପ୍ରାଣେ ସମ୍ବେଦନା

ପୋଛି ଦେଇ ପ୍ରତିଶୋଧ ପ୍ରବଞ୍ଚନା

ଆହତ ଆଖିରୁ ଲୋହିତ ଲୋତକ

ଆଶ୍ୱାସନା କର ତୋଳି ପୋଛି ଯାଅ।

ଲେଖି ଯାଅ କବି ଲେଖି ଯାଅ।।


ତୁଳିକାରେ ଭରି ନୂଆ ନୂଆ ରଙ୍ଗ

ତରଙ୍ଗିଣୀ ଅଙ୍ଗେ ଚଞ୍ଚଳ ତରଙ୍ଗ

ମୃଦୁ ଗନ୍ଧ ଭରି କୁସୁମେ କୁସୁମେ

କୁଞ୍ଜେ ମଧୂପ ଗୁଞ୍ଜନ ଖଞ୍ଜି ଯାଅ।

ଲେଖି ଯାଅ କବି ଲେଖି ଯାଅ।।


ଭରି ଗଗନେ ପବନେ ସମ୍ମୋହନ

ପ୍ରତି ପ୍ରାଣେ ସିଞ୍ଚି ପ୍ରୀତି ଶିହରଣ

ଅନୁପମ ମୁଗ୍ଧ ମୁହୂର୍ତ୍ତ ସମସ୍ତ

ଏକତ୍ରିତ ଶବ୍ଦ ଚିତ୍ର ଆଙ୍କି ଯାଅ।

ଲେଖି ଯାଅ କବି ଲେଖି ଯାଅ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics