STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଲେଖି ଚାଲିଥିବୀ ମୁହିଁ

ଲେଖି ଚାଲିଥିବୀ ମୁହିଁ

1 min
201


ଲେଖାକୁ ମୁଁ ବେଶୀ ଭଲପାଏ ବୋଲି   

ପ୍ରତିଦିନ କିଛି ଲେଖୁଛି

ଲେଖା ମାଧ୍ୟମରେ ମାନବ ସମାଜେ

ସଚେତନ ବାର୍ତ୍ତା ବାଣ୍ଟୁଛି ।


ଘଟି ଯାଉଥିବା ଘଟଣା ଗୁଡିକୁ

କବିତା ମାଧ୍ୟମେ ଆଙ୍କୁଛି

କ୍ଷତି କରୁଥିବା ସମସ୍ତ ତଥ୍ୟ କୁ

ଦର୍ପଣ ସଦୃଶ ଥୋଉଛି ।.


ନେପୁର ମୁଷା ସଦୃଶ ହୋଇ ମୁଁ

ସେତୁବନ୍ଧେ ରେଣୁ ଝାଡୁଛି

ସମାଜ ମଙ୍ଗଳ ସେତୁବନ୍ଧ ରେ

ଭାଗିଦାର ମୁଁ ହେଉଛି।


ଲେଖକଟିଏ ମୁଁ ଲେଖା ମାଧ୍ୟମରେ

ସମାଜ ସେବାରେ ଲାଗିଛି

କିଛିତ ପଢିବେ ନିଜକୁ ଗଢିବେ

ଏତିକି ହିଁ ଆଶା ରଖିଛି ।.


ପୁରସ୍କାର କେବେ ଆଶା କରିନାହିଁ

ମାନପତ୍ର ଚାହିଁ ନାହିଁ

ଲେଖକଟିଏ ମୁଁ କବିତା ଲେଖୁଛି

ମାନବ କଲ୍ୟାଣ ପାଇଁ ।


ମୁହିଁ ନିରଞ୍ଜନ କରେ ନିବେଦନ

ମୋ ଲେଖା ପଢିବା ପାଇଁ

ଲେଖାର ମରମ କଥାକୁ ବୁଝିବ

ଜ୍ଞାନୀ ଗୁଣୀ ଟିଏ ହୋଇ।


ଲେଖିବା ରେ ମୁଁ ଯେତେ ଶାନ୍ତିପାଏ

କେଉଁଥିରେ ପାଉ ନାହିଁ

ଶେଷ ନିଶ୍ୱାସ ଚାଲିବା ପର୍ଯ୍ୟନ୍ତ

ଲେଖିଚାଲିଥିବୀ ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational