STORYMIRROR

Durjyodhan Barik

Children

2  

Durjyodhan Barik

Children

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
152


ନାମ ମୋର ଦୁର୍ଯ୍ୟୋଧନ ଜଡିବାଲି ଘର,

ନୀଳଗିରି ଉପଖଣ୍ଡ ଜିଲ୍ଲା ବାଲେଶ୍ୱର ।

ସ୍କୁଲ ସମୟରେ ଲେଖା ଆରମ୍ଭ କରିଲି,

ସମୟର ସ୍ରୋତେ ପୁଣି ଲେଖା ଛାଡ଼ିଥିଲି।

ସ୍କୁଲ ଶିକ୍ଷା ପରେ ବାୟୁ ସୈନିକ ହୋଇଲି,

କଲମ ଛାଡ଼ି ହାତରେ ବନ୍ଧୁକ ଧରିଲି ।

ଏମିତିକା ବିତିଗଲା ଛପନ ବରଷ,

କିଣିଲି ଭ୍ରାମ୍ୟମାଣ ଭାଷ ହୋଇଲି ହରଷ ।

ମୁଖ ପତ୍ରିକା କବିତାରେ ଦେଲି ମତାମତ,

କାବ୍ୟିକ ମତରେ ପ୍ରେରଣା ପାଇଲି ବହୁତ ।

କନ୍ୟା ଅନୁରୋଧ କ୍ରମେ ଲେଖିଲି କବିତା

 ଲେଖା ପଛର ପ୍ରେରଣା ମୋ ଝିଅ ସଂଗୀତା ।




Rate this content
Log in

Similar oriya poem from Children