Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଲେଖା ଓ ଲେଖନୀ

ଲେଖା ଓ ଲେଖନୀ

1 min
157


   

   ସଭ୍ୟତା ସଂସ୍କୃତି

   ସମାଜର କରେ ବିକାଶ

   ମାତୃଭାଷା ମାତୃଭୂମି ସମ୍ବନ୍ଧେ 

    କରିଥାଏ ଯେ ପରିପ୍ରକାଶ

    ଜାତିର ଅସ୍ମିତା

   ମାଟି ମାଆର ପ୍ରାଣକେନ୍ଦ୍ର ସେ

   ଯେ ସର୍ବ ଭାବ ର ଅଟଇ ସୃଜନୀ

   ସେ ଆମ ସଭିଙ୍କର ଲେଖା ଓ ଲେଖନୀ ।


    କବିର ହୃଦୟ

    ଲେଖକର ସେ ସ୍ଵତନ୍ତ୍ର ପରିଚୟ

    ଶଦ୍ଦ,ବାକ୍ୟ, ପଦର

     ସେ ଅଟେ ନିର୍ଝରିଣୀ

   ସେ କବି ଓ ଲେଖକର

    ଶିରା, ପ୍ରଶିରା ଓ ଧମନୀ

   ସେ ସାହିତ୍ୟ ସୃଷ୍ଟି ର ମାଧ୍ୟମ

    ସେ ସ୍ଵତନ୍ତ୍ର ସୃଜନୀ

   ସେ କବିତା, ପ୍ରବନ୍ଧ,

    ଉପନ୍ୟାସ ଓ କାହାଣୀ

     ସାହିତ୍ୟ ସର୍ଜନା ପାଇଁ

    ସେ ଆମ ସମସ୍ତଙ୍କ

     ଲେଖା ଓ ଲେଖନୀ ।

   

   ସମାଜର ଅସ୍ତିତ୍ବ ସେ

     ସାହିତ୍ୟର ଅକ୍ଷର ସେ

   ମା ମାଟିର ମମତା ସେ

    ଜାତିର ଜାତୀୟତା ସେ

   କୃଷକର କୃଷି ସେ

    ଶ୍ରମିକର ଶ୍ରମ ସେ

    ସ୍ଵାମୀର ପତ୍ନୀ ସେ

    ପ୍ରେମିକାର ପ୍ରେମିକ ସେ

    ଅନ୍ଧର ଜଷ୍ଟି ସେ

    ଜଡ ଓ ଜୀବର ସୃଷ୍ଟି ସେ 

    ଖଞ୍ଜର ଆଶାବାଡି ସେ

    ମୁକର ସୁମଧୁର ବାକ୍ୟ ସେ

    ସେ ହିଁ ବିଲୟ, ସ୍ଥିତି ଓ ସୃଷ୍ଟି

    ଏ ସୃଷ୍ଟି ସର୍ଜନାର ସମସ୍ତ ସୃଜନୀ

    ଲେଖକ କବି ପାଇଁ କରେ

      ମହତ୍ତ୍ୱପୂର୍ଣ୍ଣ ସୃଜନୀ

    ସେ ସବୁ ଲେଖକ ଲେଖିକାଙ୍କ ପ୍ରିୟ

      ଲେଖା ଓ ଲେଖନୀ ।


    ଜୀବ ଓ ପରମଙ୍କ ମଧ୍ୟେ ବାନ୍ଧେ

      ଭାବର ବନ୍ଧନୀ

   ପ୍ରିୟା ଓଠେ ଫୁଟାଏ ହସର ଲହରୀ ପୁଣି

   ଆନନ୍ଦ ନିରାନ୍ଦ ର ଭାବ ସଂସାରେ ଦିଏ ବୁଣି

    କେବେ ଖରା କେବେ ବର୍ଷା ତ

    କେବେ ଶୀତ, ବସନ୍ତ, ହେମନ୍ତ, ଶରତ

    ଋତୁ ସମ୍ପର୍କରେ ଦିଏ ସବୁ ବଖାଣି

   ସେ ସର୍ଜଇ ସାହିତ୍ୟ

     ସେ ସର୍ଜଇ ସମାଜ 

   ସେ ବିଶ୍ଵ ମାତୃକାର ଅଟେ ଜନନୀ

    କବିର କବିତା ସେ

    ଲେଖକର ପ୍ରବନ୍ଧ ସେ

   ସେ କଥାକାର ର କାହାଣୀ

   ସବୁ ସର୍ଜନା ର ଅଟେ

    ଜନ୍ମଦାତ୍ରୀ ଜନନୀ

   ସେ କବି ଓ ଲେଖକ ମାନଙ୍କର

    ହୃତପିଣ୍ଡ ଓ ଧମନୀ

    ସେ ଆମ ସମସ୍ତଙ୍କ

    ଅତି ପ୍ରିୟ ଲେଖା ଓ ଲେଖନୀ ।


 

    

   

      

     

     

    

  



Rate this content
Log in

Similar oriya poem from Abstract