ହେ ଚକ୍ରଧର
ହେ ଚକ୍ରଧର
କାହିଁକି ! ହେ ଦେଉନ ଦର୍ଶନ
ଅଟୁ ନିରାକାର ମଧୁସୂଦନ।
ଭକ୍ତି ପ୍ରୀତି ଶ୍ରଦ୍ଧା ଚରଣେ ତୋର
ଭୁଲି ନାହିଁ ଦିନେ ଜଗା ଠାକୁର
ଯୁବାରୁ ହେଲା ବୃଦ୍ଧ ବୟସ ମୋର
ଦେଉନ ଦର୍ଶନ ହେ ନିରାକାର !
କେଉଁ ପାପ ଅବା ମୁହିଁ କରିଛି
ତୋର ମନେ ପ୍ରଭୁ କଷ୍ଟ ଦେଇଛି
ଅଜ୍ଞାନୀ ମୁଁ ଅତି ଜାଣେ ନା କିଛି
ବିଷ୍ଣୁ ବିଷ୍ଣୁ ନିତ୍ୟେ ହୃଦେ ଗୁଞ୍ଜୁଛି !
ପୁରୀ କ୍ଷେତ୍ରେ ନାମ କାଳିଆ ତୋର
ନାମ ବୃନ୍ଦାବନେ ମୁରଲୀଧର
ମହାଭାରତ ଯୁଦ୍ଧେ ତୋ ଚକ୍ରଧର
ନାମ ଜଗନ୍ନାଥ ଗୁଞ୍ଜେ ସଂସାର !
ବିଷ୍ଣୁ ବିଷ୍ଣୁ ଗୁଞ୍ଜେ ବୈକୁଣ୍ଠପୁରୀ
ଅନାଦି ଅନନ୍ତ ହେ ନରହରି
ଅନାଥର ନାଥ ବିଶ୍ବବିହାରୀ
ଶୁଣ କୃପାସିନ୍ଧୁ ବୃଦ୍ଧ ଗୁହାରି !
ସାକ୍ଷାତ ଦର୍ଶନ କରିନି ଦିନେ
ରହିଛୁସର୍ବଦା ମୋ ହୃଦଜ୍ଞାନେ
ତୋରଭକ୍ତିପ୍ରୀତି ରହିଛିମନେ
ନାହିଁ ମତିଭ୍ରମ ବୃଦ୍ଧ ଜୀବନେ !
ଭକ୍ତ ଭଗବାନ ଶାସ୍ତ୍ର କହୁଛି
ତୋ ଦିବ୍ୟଦର୍ଶନେ ମନହେଉଛି
ପ୍ରତ୍ୟକ୍ଷଦର୍ଶୀ ମୁଁ କିମ୍ପା ନହୁଛି ?
ବୃଦ୍ଧ କାଳେ ପ୍ରଭୁ ଚିନ୍ତା ଦେଉଛି !
କରି ନାହଁ ମୁହିଁ ଜ୍ଞାନେ କୁକର୍ମ
ଛାଡି ନାହିଁ ଦିନେ ଭକ୍ତି ଓ ପ୍ରେମ
ରଖି ଅଛି ସାଥେ ତ୍ୟାଗ ଓ ଧର୍ମ
ରାଷ୍ଟ୍ରହିତେକାର୍ଯ୍ୟ କରୁଛି କର୍ମ !
ତୁହି ସୃଷ୍ଟିକର୍ତ୍ତା ସୃଷ୍ଟି କରିଛୁ
ମନୁଷ୍ୟ କର୍ତ୍ତବ୍ୟ ମୁଖେ କହିଛୁ
ଅମୂଲ୍ୟ ସମ୍ପଦ ଭକ୍ତି ଦେଇଛୁ
ଜ୍ଞାନ ଓ ବିଜ୍ଞାନ ହୃଦେ ଭରିଛୁ !
ଦେଇନି କଷ୍ଟ କାହାକୁ ଜୀବନେ
ହିଂସା ଦ୍ୱେଷ ଭାବ ରଖିନି ମନେ
ମନୁଷ୍ୟ କର୍ତ୍ତବ୍ୟ ରଖିଛି ଧ୍ୟାନେ
ଅତିଥି ର ସେବା ଗୃହସ୍ଥା ଜ୍ଞାନେ !
କର୍ତ୍ତବ୍ୟ ଯାହା ମନୁଷ୍ୟ ଧର୍ମର
କରୁଅଛି ଅଛି ମୁଁ ନିରନ୍ତର
ଦର୍ଶନ ଦିଅ ହେ ପ୍ରଭୁ ନିରାକାର
ଦେଖୁନେତ୍ର ଦିବ୍ୟ ରୂପକୁ ତୋର ।