Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଏଣ୍ଡୁରି ପିଠାରେ ପୁରି ଉଠେ ଘର

ଏଣ୍ଡୁରି ପିଠାରେ ପୁରି ଉଠେ ଘର

1 min
157



ଅଷ୍ଟମୀ ମହତ୍ତ୍ଵ ଅପାର,

  ସଂସ୍କୃତି ସନାତନ ଯାର !

ମାସ ମାର୍ଗଶିର ଅଷ୍ଟମୀ, 

           ପକ୍ଷ କୃଷ୍ଣ ପ୍ରଥମାଷ୍ଟମୀ !


ଏଣ୍ଡୁରି ପିଠାର ବାସନା, 

          ପୁରି ଉଠେ ଘର ଅଗଣା

ପଢୁଆଁଷ୍ଟମୀ ଏ ନାମିତ,

        ତୋଢୁଆଁଷ୍ଟମୀରେ ବିଖ୍ୟାତ !


ଓଡ଼ିଆ ଙ୍କ ପାରମ୍ପରିକ 

         ପାଳନ୍ତି ଏ ଓଡ଼ିଆ ଲୋକ

ବଂଶର ପ୍ରଥମ ସନ୍ତାନ 

           କରନ୍ତି ବନ୍ଦାପନା ଜନ !


ନୂତନ ବସ୍ତ୍ର ପରିଧାନ

           କରନ୍ତି ସନ୍ତାନ ଧାରଣ

ବର୍ଷର ଆଦ୍ୟ ମାସ ଏହୁ

           ତାର ମହତ୍ତ୍ଵ ଅଛି ବହୁ !


ମାମୁଁ ଘରରୁ ଆସେ ଭାର

         ଭାର ଏଣ୍ଡୁରି ନାମ ତାର !

ବନ୍ଦାପନା କରି ଲକ୍ଷ୍ମୀଙ୍କୁ

        ଭକ୍ତି ଓ ପ୍ରେମରେ ମାତାଙ୍କୁ !


ନୈବେଦ୍ୟର ପିଠା ଏଣ୍ଡୁରି

         ଅଷ୍ଟମୀ ପୂଜାରେ ତାଙ୍କରି

ନୂଆ ଧାନ ବେଣ୍ଟ ରଖନ୍ତି

         ଭକ୍ତିରେ ଲକ୍ଷ୍ମୀଙ୍କୁ ପୂଜନ୍ତି !


ବନ୍ଦାପନା ବଡ଼ ସନ୍ତାନ

        ଦୁହେଁ ଝିଅ ପୁଅରେ ଭିନ୍ନ 

ଶଙ୍ଖ ହୁଳହୁଳି ଗୁଞ୍ଜନ

         ଲକ୍ଷ୍ମୀଙ୍କୁ କରନ୍ତି ପ୍ରସନ୍ନ !


କର ମା କରୁଣା ସନ୍ତାନେ

          ନଜର ରଖ ଅନୁକ୍ଷଣେ

ହଳଦୀ ପତ୍ରର ଏଣ୍ଡୁରି

         ଶୁକ୍ଳ ଧାନର ବେଣୀ କରି !


ପର୍ବ ପରା ଏ ଓଡ଼ିଆଙ୍କ

         ସଂସ୍କୃତି ସଂସ୍କାର ଉମଙ୍ଗ

ପାଳିତ ବିଚ୍ଛିନ୍ନ ଭୂମିରେ

       ପରା ଜ୍ୟେଷ୍ଠ ପୁତ୍ର ପୁତ୍ରୀରେ !


ନାନାଦି ବ୍ୟଞ୍ଜନ ନିର୍ମାଣ

         ଖୁସି ଆନନ୍ଦ ମନ ପ୍ରାଣ !

ଅଷ୍ଟମୀ ମହିମା ଅପାର

          ଗୁଞ୍ଜୁଛି ଧରଣୀ ଉପର !


Rate this content
Log in

Similar oriya poem from Abstract