Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଏହା କି ସଂସ୍କାର

ଏହା କି ସଂସ୍କାର

1 min
199



ଅମୃତ ଏ କାଳ ନୂଆ  ଭାରତର

ଏହା କି ଅଟେ ସଂସ୍କାର

ଠକାଠକି କାର୍ଯ୍ୟ ହିଂସା ଅହଂକାର 

ଚତୁର୍ଦ୍ଦିଗ ଭ୍ରଷ୍ଟାଚାର !


ନାହିଁ ଟି ସତ୍ୟତା କଥାରେ କାହାରି

ନାହିଁ ପ୍ରେମ ପ୍ରୀତି ଶ୍ରଦ୍ଧା

କେବଳ ନାଟକ ନିଜ ସ୍ବାର୍ଥ ପାଇଁ

ଚାଲି ଅଛି ତା'ର ସ୍ପର୍ଦ୍ଦା !


ସେବା ଭାବ ନାହିଁ ସ୍ବାର୍ଥରେ ଜଡ଼ିତ

ନାହିଁ ରାଷ୍ଟ୍ରହିତେକାର୍ଯ୍ୟ

ସଂସ୍କୃତି ସଂସ୍କାର ଭୁଲୁଛି ମନୁଷ୍ୟ

ମନୁଷ୍ୟ କିପରି ଆର୍ଯ୍ୟ !


ଭୁଲୁ ଅଛି ପୁତ୍ର କର୍ତ୍ତବ୍ୟ ତାହାର

ଆବିର୍ଭାବ କେଉଁ ଦିନ

ନାହିଁ ସେବା ଭାବ ପିତୃମାତୃ ପ୍ରତି

କହୁଛି କଟୁ ବଚନ !


ଦିଅଁ ଓ ଦେବତା ପୂଜନ ନାହଁରେ

ଆଜି ସନାତନୀ ଘର

ନାରୀର କର୍ତ୍ତବ୍ୟ ନାରୀ କରୁ ନାହି

କିପରି ନାରୀ ସଂସ୍କାର !


କରୁଛି ବେପର ପଶୁ ହତ୍ୟା କରି

ପଶୁ ମାଂସ ବିକ୍ରୀ କରେ

ଜୀବହତ୍ୟାପରା ଅଟେ ମହାପାପ 

ଏ କେଉଁ ଜୀବିକା ଧରେ !


ଯୁବ ଓ ଯୁବତୀ ନିଶାରେ ଆସକ୍ତ

ମଦ ବିକ୍ରି ଗାଆଁ ଗାଆଁ 

କିଏ ବା କହିବ କାହାକୁ କିଏସେ

ଉଠୁଛି ନିଶାର ଧୂଆଁ !


କିପରି କହିବା ନୂଆ ଏ ଭାରତ

ଅମୃତ କାଳ ଯେ ବୋଲି

ନାହିଁ ସମଭାବ ଦ୍ୱେଷଭାବଯହିଁ 

ନିର୍ଲଜ ତା ଥାଏ ଝୁଲି !


ବୃଦ୍ଧଜନେନାହିଁ ଭକ୍ତି ପ୍ରୀତିଭାବ

ଗୁରୁଙ୍କ  ନାହଁ  ଆଦର

ଆଜିଧୂମପାନ ସ୍କୁଲ ଓ କଲେଜ 

ମଦ୍ୟ ପାନ ରେ ଆତୁର !


କରିବ କି ଭଲ ଏପରି ପ୍ରବୃତ୍ତି 

ଆଣିବ କୀର୍ତ୍ତି ଗୌରବ 

ହୋଇବ କିପରି ଆତ୍ମନିର୍ଭରଟି 

ଦୃଶ୍ୟ ସଂଶୟ ଭାବ !


ସଂସ୍କୃତି ସଂସ୍କାର ଛାଡ଼ିଲେ ମନୁଷ୍ୟ

ଜୀବନର ମୂଲ୍ୟ ନାହିଁ

ନିଶାଦ୍ରବ୍ୟ ପ୍ରତି ଆସକ୍ତି ଥିଲେ ଟି

ଉନ୍ନତିର ରାସ୍ତା କାହିଁ !


ତ୍ୟାଗ କର ତାହା ଯୁବା ଓ ଯୁବତୀ

ନିଶା ଯେ ହାନିକାରକ

ରାଷ୍ଟ୍ରହିତେକାର୍ଯ୍ୟ କର ନିରନ୍ତର 

ରାଷ୍ଟ୍ର କର ଅଲୌକିକ !



Rate this content
Log in

Similar oriya poem from Abstract