STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଲେଖା ଖାଲି କଅଣ କାଗଜ କଲମର

ଲେଖା ଖାଲି କଅଣ କାଗଜ କଲମର

1 min
357

ଶେଷ ପାଞ୍ଚ ପୂଣ୍ୟ ଦିନ  

ପଞ୍ଚୁକ ତ ସରିଲା

ପବିତ୍ର ମାସର କାର୍ତ୍ତିକ 

ପୂର୍ଣ୍ଣମୀ ପହଁଚିଲା


ପଞ୍ଚୁକ ପାଞ୍ଚ ଦିନ ଜୋର

ହବିଷ୍ୟ କଲ ପାଳନ

ଲକ୍ଷ୍ମୀ ନାରାୟଣ ଲିଙ୍ଗରାଜଙ୍କ 

କଲ ପୂଜନ


ଜାଣିଛ ବିଭିନ୍ନ ପୁରାଣ ଶାସ୍ତ୍ରେ

ହୋଇଛି ବର୍ଣ୍ଣନ

ପ୍ରାପ୍ତ ହେବ ପୂଣ୍ୟ ଗର୍ବ କର 

ଆମେ ମହାନ


ହରେକୃଷ୍ଣ ହରେ ରାମ ନାମେ 

କଲ ଶ୍ରବଣ କୀର୍ତ୍ତନ

କେତେ ଜଣ କୁହ କରିଲ ସତରେ

ହରିହର ଦର୍ଶନ


ଭାବିବ କରିବ ପର ଉପକାର

ରହି ସତ୍ୟ ପଥରେ 

କେତେ କୁହ ନିନ୍ଦା ଅପକାର  

ନକରିବ ଅନ୍ୟ କାହାରେ


ଅହଙ୍କାର ଭାବ ମନରୁ କେତେ 

ଜଣ ଦେଲ ଦୂରେଇ 

ହିଂସା ଦ୍ୱେଷ ରାଗ ମନରୁ 

କେତେ ଦେଲ ଉଠାଇ 


କଲ ତ ଗୁହାରି ପର ଦ୍ରବ୍ୟ ପ୍ରତି 

ନଆସିବା ପାଇଁ ଆସକ୍ତି

କାମ କ୍ରୋଧ ଲୋଭ ଦୂରେଇବ  

ଏ ନୁହଁ କି ମିଛ ଉକ୍ତି

     

ବିପଦେ ପଡିଥିଲେ ମଧ୍ୟ କେବେ 

ନକହିବ ମିଛ କଥା

ସତରେ ଭାବିଛକି ମନେ ଜୀବନ ପଛେ ନର୍କେ 

ଚାଲି ଯାଉ ଦେବନି କାହାକୁ ବ୍ୟଥା


ଜଗତ କଲ୍ୟାଣେ ପାଇଁ ଦେବ 

ତୁମ ତୁଚ୍ଛ ଶରୀର

ଏ ନୁହଁ କି ସତ କଥା ଖାଲି ଲେଖା 

କାଗଜ କଲମର


ମନେ ରଖ ସାହିତ୍ୟ ନୁହଁଇ ଖାଲି 

କାଗଜ କଲମର

ଭେଦିବ ମନରେ ଯେବେ ତେବେ 

ଯାଇ ଶ୍ରେଷ୍ଠତ୍ୱ ତାର ମୂଲ



Rate this content
Log in

Similar oriya poem from Inspirational