STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ଲଢିବା ମାଟି ମାଆ ପାଇଁ

ଲଢିବା ମାଟି ମାଆ ପାଇଁ

1 min
327

ଆମେ ମାଟିର ମଣିଷ ପୁରୁଷ ପୁରୁଷ ଧରି 

ରହିଥିଲୁ, ରହିଛୁ ଓ ରହିବୁ

ଆମ ଜୀବନ ଜୀବିକାକୁ ଦଳି କିପରି

ଭାଵୁ ଯେ ଆମ ଜମି ବିକିବୁ ।


ହେ ପୁଂଜିବାଦର ରକ୍ଷକ, ମୋ ମାଟି 

ମାଆକୁ କଣ ଖାଲି ବିକିବାକୁ ଜାଣ

ତୁମ ନୀତି ସତେ କଣ ରକତ ଶୋଷି, 

ମେହନତୀ ମଣିଷ ମାରଣ ।


ଭୁଲି ଯାଇଛୁକି ଏହି ପରି ଜହ୍ଲାଦ ହାତରେ 

ଦେଇଥିଲୁ ଟେକି

ଏହି ଢିଙ୍କିଆ ବାସୀ ସଂଗ୍ରାମ କରି

ତଡିଥିଲା, ଭୁଲି ଯାଇଛୁ କି ।


ପକାଅ ପକାଅ ଯେତେ ପାରୁଛୁ 

ସଂଗ୍ରାମୀ ପାଦେ ବନ୍ଧନର ବେଡି

ଡରିଵନି ଡରିଵନି, କୈ।ଣସି ତୋର 

ଲାଠି ଅବା ବନ୍ଧୁକ କମାଣର ଗୁଳି ।


ଚାଲରେ, ଚାଲରେ ଯେତେ ଅଛ ମୋ 

ସଂଗ୍ରାମୀ ଭଉଣୀ ଭାଇ

ବିକ୍ରି କରିବାକୁ ଦେବାନି, ଲଢିବା ଲଢିବା 

ଶତ ସିଂହ ବଳ ନେଇ ।


୨୦୦୫ର କଳିଙ୍ଗ ନଗର ସଂଗ୍ରାମ ରହିଛି 

ମୂକ ସାକ୍ଷୀ ହୋଇ

ଆମ ପ୍ରିୟ ଜନ୍ମଭୂମିକୁ ବିକିବାକୁ ବିକିବାକୁ 

ଦେବୁ ଦେବୁ ନାହିଁ ।


Rate this content
Log in

Similar oriya poem from Inspirational