STORYMIRROR

Prasanta Kumar Behera

Romance

2  

Prasanta Kumar Behera

Romance

ଲବଂଗ ଦ୍ୱୀପ ..........

ଲବଂଗ ଦ୍ୱୀପ ..........

1 min
3.0K

ଜୀବନ ସମୁଦ୍ରେ

ପ୍ରେମ ପୋତ ମୋର

ଅଜଣା ଦ୍ୱୀପରେ ଦିନେ ଲାଗିବ

ସେ ଲବଂଗ ଦ୍ୱୀପର

ଲବଣୀ ପିତୁଳା

ଲାଜେ ଆସି ମୋତେ ଛୁଇଁବ


ସେଇ ପରଶ ଯେ

ମୋ ଦେହ କାନନେ

ସହସ୍ର କଦମ୍ୱ ରୋମାଞ୍ଚ ତୋଳିବ

ମୋ' ପ୍ରେମ ପୋତର

ନିଭୃତ କକ୍ଷରେ

କାମ କାମନା ତରଂଗ ଖେଳିବ


ଅଜଣା ଯେ ସେଇ

ଲବଂଗ ଦ୍ୱୀପ ମୋ ପାଇଁ

ଇନ୍ଦ୍ରଭୂବନ ହୋଇବ

ଲବଣୀ ପିତୁଳା

ମୋ' ରମଣୀ ରତନ

ମୋ ପାଇଁ ରମ୍ଭା ଓ ଉର୍ବଶୀ ସାଜିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance