STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଲାଭ ଆଶାରେ ବଣିକ

ଲାଭ ଆଶାରେ ବଣିକ

1 min
7


ବାଣିଜ୍ୟ ବେପାର ଆଢ଼ୁଆଳେ ଅର୍ଥ

ପ୍ରାୟତଃ ଧାର ଉଧାର

ଅଥବା ଋଣ ଆକାରରେ ପ୍ରଦାନ

ଆବଶ୍ୟକ ମୂଳଧନ

ସମୟ ଅବଧି ମଧ୍ୟେ ପରିଶୋଧ

ବାଣିଜ୍ୟ ହୁଏ ପ୍ରସାର

ଫେରସ୍ତ ଧନରେ ବଣିକ ବି ଖୁସି 

ଲାଭ ସହ ଆଗଭର

ଠିକ୍ ସମୟରେ ତୁରନ୍ତ ଫେରସ୍ତ

ବେପାର ରେ ସଚ୍ଚୋଟତା

ସୁଧ ସହ ମୂଳଧନ ଫେରସ୍ତ ରେ

ପରିଲକ୍ଷିତ ସାଧୁତା ।


ମଣିଷ ମନରେ କଳୁଷ ବିଚାର

ଯେବେ ହୁଏ ଉତ୍ପତ୍ତି

କଳ୍ପିତ ବାହାନା ସହ ଅଭିନୟ

ରଚି ପାରଇ ସମ୍ପ୍ରତି

ମୂଳଧନ ଫେରସ୍ତ ନ କରି ନୀରବ

ବାଣିଜ୍ୟେ କ୍ଷତି ଦର୍ଶାଇ

ଅବା ଜାଣିଶୁଣି ଫେରସ୍ତ ନ କରେ

ବଣିକ ର ପାଶେ ଯାଇ

ବିଚରା ବଣିକ କ୍ଷତି ସହି ଥାଏ

ଫେରସ୍ତ ନ ପାଇ ଧନ

ବଣିକ ର ଧନ ହ୍ରାସ ଚିନ୍ତା ସହ

ବେପାର ରେ ଆସେ ବିଘ୍ନ ।


ୠଣ ଦେବା ଧନ ତୁରନ୍ତ ଫେରସ୍ତ 

ଧନୀ ବୃଦ୍ଧି କରେ ଧନ

ଉତ୍ତମ ବଣିକ ଭାବେ ପରିଚିତ

ବେପାର ରେ ସ୍ବାଭିମାନ

ବାଣିଜ୍ୟ ରେ କଳୁଷିତ ଚିନ୍ତାଧାରା 

ଜୀବନେ ଆସେ ଦୁର୍ଗତି

ଋଣ ବା ଉଧାର ଆଉ ମିଳେନାହିଁ

ଜଣା ହୋଇଲେ ସମ୍ପ୍ରତି

ବାଣିଜ୍ୟେ ବସତି ଲକ୍ଷ୍ମୀ ପ୍ରବାଦ ର

ସତ୍ୟତା ବଜାୟ ରହୁ

ସତ୍ୟ ଧର୍ମ ନ୍ୟାୟ ସହକାରେ

ବାଣିଜ୍ୟ ବେପାର ହେଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract