STORYMIRROR

Satyabati Swain

Inspirational

3  

Satyabati Swain

Inspirational

କ୍ୟାନ୍ସର

କ୍ୟାନ୍ସର

1 min
200

ବାଜେ ଚିନ୍ତା

ମଣିଷ ପାଇଁ ଅତି ଘାତକ

ନିଜ ସହ ଅନ୍ୟର

ଅକଳନ କ୍ଷତି ଘଟାଏ।


ଏଣୁ ତେଣୁ ଖରାପ ଚିନ୍ତା

ଚାଲିବାର ରାସ୍ତାକୁ

ହଜାଇ ଦିଏ

ବଞ୍ଚିବା ଶାନ୍ତି 

ଛଡାଇ ନିଏ।


ହିଁନ ବୁଦ୍ଧି ଦେଇ

ସଂକୀର୍ଣ୍ଣ ମନା କରେ

ହସିବା ମନେ ପଡେ ନାହିଁ

ଅନ୍ୟର ଅହିତ କରୁ କରୁ

ନିଜେ ସେଇ ଖାତରେ ପଡେ।


ବ୍ୟଥା ବେଦନା ସାଙ୍ଗ ହୁଅନ୍ତି

ନିଃସଙ୍ଗ ହୋଇ

ଅଶାନ୍ତି କିଣି ଠୁଳ ହୁଏ

ରାଗ,ହିଂସା "କ୍ୟାନ୍ସର" ପରି

ବିବେକ ଖାଇ ନଷ୍ଟ କରି ଦିଅନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational