STORYMIRROR

puspalata samantary

Classics

3  

puspalata samantary

Classics

କୂଳ ନନ୍ଦନ

କୂଳ ନନ୍ଦନ

1 min
251

ତୁ ପରା କୂଳନନ୍ଦନ

ପିତା ମାତାଙ୍କ ହୃଦ ଚନ୍ଦନରେ

ତୋର ଆଗମନ ସୂଚନା ପାଇଁକି

ଦେବା ଦେବୀ ପୀଠ ଧାଇଁ,

ଦେବତା କରୁଣା ବିନା ଏ ସଂସାରେ

କିଛି ସମ୍ଭବ ନୁହଁଇ।

ଯେବେ ତୁ ଛୁଇଁଲୁ ପୃଥିବୀ ମାୟାକୁ

ଜନ୍ମ ଦାତ୍ରୀ ମାତା ତୋର,

ଗର୍ଭ ଯନ୍ତ୍ରଣାର ବିକଳ ଚିତ୍କାରେ

ହେଉଥିଲା ନାରଖାର।

ଭୂମିଷ୍ଠ ସନ୍ତାନ ନିରେଖି ନୟନ

ପୂର୍ଣ୍ଣ ହେଲା ଲୋତକରେ

ଆନନ୍ଦାଶୃ ତାହା ଥିଲା ବଦନରେ

ସ୍ମିତହାସ ଥିଲା ଧାରେ।

କୋଟିନିଧି ପାଇ ପିତା ମାତା ଦୁଇ

କେତେ ସପନ ଦେଖିଲେ,

ସମସ୍ତ ସାମର୍ଥ୍ୟ ଶକତି ଖଟାଇ

ସ୍ୱପ୍ନକୁ ସାକାର କଲେ।

କୁଳବଧୂ ଟିଏ ଖଞିଦେଲେ କୂଳ

ନନ୍ଦନ ପାଇଁକି ପରା,

ତାଙ୍କ ସୁଖସ୍ନେହ ଚମକଣ୍ଢେଇକି

ଦେଖିହେବେ ଆତ୍ମହରା।

କୂଳନନ୍ଦନ ର ଲକ୍ଷ୍ମଣରେଖାକୁ

ଆଜି ସେ ତ ଭୁଲିଯାଏ,

ପିତାମାତା ଙ୍କ ର ଆଶାଓଭରସା

ସୂତାଖିଏ ଝୁଲୁଥାଏ।

ପିତୃମାତୃ ଋଣ ପରିଶୋଧ ପାଇଁ

କେଉଁ ସନ୍ତାନ ସକ୍ଷମ?

ତାଙ୍କ ମୁଖେ ହସ ଭରିଦେବା ହେବ

ସନ୍ତାନ ର ଶ୍ରେଷ୍ଠ କର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics