କୁସୁମା
କୁସୁମା
ରୂପ ରାଇଜର ରାଜକୁମାରୀ ସେ
ଲାବଣ୍ୟ ସୁନ୍ଦର ଦେହୀ
କି ସୁନ୍ଦର ଆହା ଦିଶେ ଝଲମଲ
ରଙ୍ଗ ରୂପ ଶୋଭା ବହି ।
ଯେତେ ଦେଖୁଥିଲେ ଛାଡ଼େ ନାହିଁ ମନ
ଆଖି ରହିଯାଏ ଲାଖି
ସରଗପୂରୀରୁ ରୂପସୀ ଅପ୍ସରୀ
ମର୍ତ୍ତ୍ୟେ ପଡ଼ିଛି କି ଖସି !
ନାନା ରଙ୍ଗ ଫୁଲେ ସଜାଇଛି ଗଭା
ଅପରୂପା ସୁକୁମାରୀ
କୋମଳ ଶୀତଳ ହୃଦୟେ ତାହାର
ଭାସେ ନୀଳ ଜଳ ତରୀ ।
ସବୁଜ ସୁନ୍ଦର ରୂପ ଅନୁପମ
ଅଙ୍ଗରେ କଳା ଚାତୁରୀ
ଭରିଦିଏ ମନେ ଆନନ୍ଦ ଉଲ୍ଲାସ
ଅବସାଦ ନିଏ ହରି ।
କରଇ ସ୍ୱ।ଗତ ଆସ ନବାଗତ
ପ୍ରିୟ ମୋ ଦେଖଣାହାରୀ
ଆଲୋକ ଧ୍ୱନୀରେ ଅନନ୍ୟା କୁସୁମା
ଚିତ୍ତବିନୋଦନ ସ୍ଥଳୀ ।

