STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"କୁଣ୍ଠାବୋଧ ନ କର ଭାଇ"

"କୁଣ୍ଠାବୋଧ ନ କର ଭାଇ"

1 min
103

ଆଣିଛନ୍ତି ଯିଏ ଆମକୁ

ହାତ ଗୋଡ଼ ସାଥିରେ ଦେଇ

କରିବାର କ୍ଷମତା ଥାଇ

କୁଣ୍ଠାବୋଧ ନ କର ଭାଇ


ଦେଇଛନ୍ତି ସୁନ୍ଦର ନେତ୍ର

ମନ ଭରି ଦେଖିବା ପାଇଁ

ଭଲ ଜିନିଷ ଦେଖିବାରେ

କୁଣ୍ଠାବୋଧ ନ କର ଭାଇ


ପାଇଛ ସୁନ୍ଦର ଚେହେରା

କଦର୍ଥ ତୁମେ କର କାହିଁ

ସାଦା ସିଧା ରହିବାରେ ତ

କୁଣ୍ଠାବୋଧ ନ କର ଭାଇ


ମଧୁର ବିନୟ ବଚନ

କହୁ ଆମେ ଯାହାରି ପାଇଁ

ଅପ ଶବଦ କହିବାରେ

କୁଣ୍ଠାବୋଧ ନ କର ଭାଇ


କର୍ଣ୍ଣରେ ଶୁଣି ଯେତେ କଥା

ଭଲ କଥା ଆହୋର ଯାଇ

କଟୁ କଥା କହିବା ପାଇଁ

କୁଣ୍ଠାବୋଧ ନ କର ଭାଇ


ପରପୋକାର ଗୁଣ ପରା

ଈଶ୍ୱର ପ୍ରଦତ୍ତ ଅଟଇ

ପର ସେବା କରିବା ରେ ତୁ

କୁଣ୍ଠାବୋଧ ନ କର ଭାଇ


ଆଗପଛ ବିଚାରିବାର

କ୍ଷମତା ପାଇ ଅଛୁ ତୁହି

ଭୁଲ କାମ ନ କରିବାରେ

କୁଣ୍ଠାବୋଧ ନ କର ଭାଇ


Rate this content
Log in

Similar oriya poem from Abstract