STORYMIRROR

KSHIRADRI SAHU

Inspirational Others

4  

KSHIRADRI SAHU

Inspirational Others

କୁଣିଆଁ

କୁଣିଆଁ

1 min
532

ଅଢ଼େଇ ଦିନର ପଥ ଯାତ୍ରି ଆମେ

ଦୁଇଦିନର ତ କୁଣିଆ

ବୟସ ରାସ୍ତାରେ ଚାଲିବାକୁ ହେଲେ

ପଥ ସାଜେ ଭାରି ଅଡ଼ୁଆ ।


ଅଙ୍କାବଙ୍କା ଭାରି ଜୀବନର ପଥ

କେବେ ଫୁଲ କେବେ କଣ୍ଟକ

ଲମ୍ବିଛି କେତେ ଯେ' ଅସରନ୍ତି ପଥ

 ଜୀବନ ଅଢ଼େଇ ମୂହୁର୍ତ୍ତ ।


ଖାଲ ଢିପ ପୁଣି କେବେ ସମତଳ

କେବେ ଜୀବନଟା ମଟାଳ

କେବେ ସେ ପାଲଟେ ମରୂ-ମରୀଚିକା

କେବେ ଭାରି ସୁଶୀତଳ ।


କେତେ ଝଡ଼ଝଞ୍ଜା କେତେ ରାଗ ଋଷା

କେତେ ମାନ ଅଭିମାନ

ଜୀବନ ପଥର ପଥିକ ଆମେରେ

ମଶାଣି ଜୁଇରେ ଲୀନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational