STORYMIRROR

Yudhisthira Lenka

Inspirational Children

3  

Yudhisthira Lenka

Inspirational Children

କୁନିକୁନି ପିଲାଆମେ

କୁନିକୁନି ପିଲାଆମେ

1 min
362

କୁନିକୁନି ପିଲାଆମେ 

       ସରଗର ଫୁଲରେ

ଫୁଲ ପରି ମହକିବୁ

       ଜୀବନର ଯାତ୍ରାରେ ।।୧।।


ଶିକ୍ଷାନୁଷ୍ଠାନରେ ଆମେ

       ବହୁ ପାଠ ପଢିବୁ

ନୂଆ ଜ୍ଞାନ କୌଶଳରେ

        ଆମ ଦେଶ ଗଢିବୁ ।।୨।।


ଖୋଜିଖୋଜି ଦୁନିଆଁରୁ

        ସବୁକଥା ଜାଣିବୁ

ନୀଳ ଆକାଶ ବୁକୁରେ

        ବାୟୁଯାନେ ଉଡିବୁ ।।୩।।


ମଣିଷର ପରାଣରେ 

        ଭରିଦେବୁ ପୀରତି

ମଣିଷର ସେବା କରି

       ରଖି ଯିବୁ କୀରତି ।।୪।।


କୁସଂସ୍କାର ଦୂରକରି

        ଅନ୍ଧକାର ନାଶିବୁ

ବାପୁଙ୍କ ଅହିଂସା ନୀତି

       ସଦା ଆମେ ପାଳିବୁ ।।୫।।


ସ୍ୱଚ୍ଛତାର ବାର୍ତ୍ତା ନେଇ

     ଚାରିଆଡେ ବାଣ୍ଟିବୁ

ପରିମଳ ସ୍ୱଚ୍ଛ କରି

      କାଲି ଆମେ ହସିବୁ ।।୬।।


କରମ ହିଁ ଜୀବନର

        ମାନଦଣ୍ଡ ମାନିବୁ

ଆଳସ୍ୟ ତେଜିଣ ସଦା

        ସତପଥେ ଚାଲିବୁ ।।୭।।


ବିଭୁ ନାମ ଗାଉଥିବୁ 

       ସଦା ଆମେ ତୁଣ୍ଡରେ

ସେହି ଏକା ସାହା ହେବେ

       ଚିରକାଳ ସାଥିରେ ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational