STORYMIRROR

ତାରାପ୍ରସାଦ ଜେନା

Classics

3  

ତାରାପ୍ରସାଦ ଜେନା

Classics

କୁନି ପରୀ ଆମ କୁନି ପରୀ

କୁନି ପରୀ ଆମ କୁନି ପରୀ

1 min
403

କୁନି ପରୀ ଆମ କୁନି ପରୀ

କହୁଥାଏ କଥା ମହୁ ଭଳି ମିଠା

ସୁନା ଝିଅ ସିଏ ହସକୁରୀ


କୁନି ପରୀ ଆମ କୁନି ପରୀ

କାହା ସଙ୍ଗେ କେବେ କରେ ନାହିଁ କଳି

ଆଲୋକର ଆଶା ଫୁଲଝରି


କୁନି ପରୀ ଆମ କୁନି ପରୀ

ଡିଆଁ ଡେଇଁ ଖେଳେ ସାଙ୍ଗ ସାଥୀ ମେଳେ

ଖୁସି ବାସି ନାଚେ ହାତ ଧରି


କୁନି ପରୀ ଆମ କୁନି ପରୀ

ଲୁହ ଦେଖିଦେଲେ କୋହ ଉଠେ ଭଲା

ସାହା ଲାଗି ତା'ର ବାହାଦୁରୀ


କୁନି ପରୀ ଆମ କୁନି ପରୀ

ଦେହ ଦୁଃଖେ କେହି ପଡ଼ିଯାଇଥିଲେ

ସେବା ପଣେ ଥାଏ ମନ ଭରି


କୁନି ପରୀ ଆମ କୁନି ପରୀ

ବିଦ୍ୟା ବୁଦ୍ଧି ବଳେ କେତେ କଉଶଳେ

ଦୁଃଖ ଦୈନ୍ୟ ଯେତେ ଦେବ ସାରି


କୁନି ପରୀ ଆମ କୁନି ପରୀ

ବଡ଼ ହେଲେ ଆଉ ଭଲ କାମ କରି

ଦେଶ ଦଶ ପାଇଁ ହେବ ଶିରୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics