STORYMIRROR

Keshab Chandra Dash

Tragedy Classics Children

4  

Keshab Chandra Dash

Tragedy Classics Children

କୁନି କଳାକାର ହୋଇଗଲା ସାତପର

କୁନି କଳାକାର ହୋଇଗଲା ସାତପର

1 min
432

ବରଗଡ଼ ଧନୁଯାତ୍ରା ପୃଥିବୀ ପ୍ରସିଦ୍ଧ 

       ଖୋଲା ରଙ୍ଗମଞ୍ଚ ଜାଣ

ଯାତ୍ରା ଏବର୍ଷରେ ଯୋରଦାର୍ ହେବ    

        ୭୫ ବର୍ଷ ହେବ ପୁରଣ।


ନୂଆଁ କଳାକାର ଚୟନ ଠୁ ଧରି

      ହୋଇଛି ପ୍ରସ୍ତୁତି ଶେଷ 

ତା ଆଗରୁ କିନ୍ତୁ ଏକ ଦୁଃଖଦ ଖବର

     ଆମକୁ କରେ ନିରାଶ ।


ଅମ୍ବାପାଲିର ଶ୍ରେୟାଂଶ ପୂଜାରୀ

     ହୋଇଥାନ୍ତେ ବଳରାମ

ନିଜସ୍ଵ ପ୍ରତିଭା ଦେଖାଇବା ପାଇଁ

     ରହିଥିଲା ତାଙ୍କ ମନ।


ଏ ବର୍ଷ ଧନୁଯାତ୍ରାରେ ସେ

     କରିଥାନ୍ତା ଅଭିନୟ

ଆମ୍ବାପାଲି ପ୍ରସ୍ତୁତି ମଞ୍ଚରେ

    ସେ କରିଥିଲା ତାର ଲୟ ।


ବିଧିର ବିଧାନ ନିଷ୍ଠୁର

ଅଭିନୟ ପୁଷ୍ପ ଫୁଟିବା ଆଗରୁ

   ହୋଇଗଲା ସାତପର

ପ୍ରଭୁ ହେ ବିଚାର କର

ତୁମ ଚରଣରେ ସ୍ଥାନ ଦେଇ ତାକୁ

ଆତ୍ମାର ସଦଗତି କର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy