STORYMIRROR

Ranjulata Behera

Abstract

2  

Ranjulata Behera

Abstract

କୁନାର ବାଡିରେ ଫଗୁଣ

କୁନାର ବାଡିରେ ଫଗୁଣ

1 min
170

  କୁନାର ବାଡିରେ  ଫୁଟୁଅଛି ଫୁଲ 

    ହେନା,ଜୁଇ,ଜାଇ,ମଲ୍ଲୀ

ସୁନ୍ଦର ଦିଶୁଛି   ଭେଳିକି ରଙ୍ଗରେ

     ଫଗୁଣ ଆସିଛି ବୋଲି


ଫୁଲରୁ ଫୁଲକୁ  ଉଡେ ପ୍ରଜାପତି 

     ଧରା ଦଉ ନାହିଁ ସିନା

ଅଳସ ନ ହୋଇ  ମହୁମାଛି ଦଳ

      ମହୁ କରିଲେଣି ଜମା 


ଆମ୍ବଗଛ ଡାଳେ  ବସିକି କୋଇଲି

      କୁହୁ କୁହୁ ଗାଏ ଗୀତ

କୁନାର ଓଠରେ   ଫୁଟିଉଠେ ହସ

      ସତେକି ପରାଣ ମିତ 


ମହ ମହ ବାସେ  ବଉଳ ବାସନା

      ଚଉଦିଗ ମହକାଇ

ମୁନା ମୁନି ସାଥେ  ନାଚିକୁଦି ଖେଳେ

       ପଢାବହି ଗୀତ ଗାଇ


ଛନ ଛନ ଦିଶେ  ଘାସ ଗାଲିଚାଟି

       ବଳିଛି ଶରଧା ତା'ର

ମନ ଆନନ୍ଦରେ   ପଢଇ ସେଇଠି

       ସଜାଡି ବହିପତର 


ପଣ କରିଅଛି  ଫଗୁଣ ସାଥିରେ

      କାହାକୁ ଦେବନି ଦୁଃଖ 

ଫୁଲ ପରି ଫୁଟି କଳୁଷ ଜଗତେ

      ଭରିବ ଅପାର ସୁଖ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract