STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୁନା ପାଇଁ ନାନାବାୟା

କୁନା ପାଇଁ ନାନାବାୟା

1 min
13.5K


ବିଲୁଆ ନନା, ଧାଇଁଛୁ କୁଆଡ଼େ

ଇଆଡ଼େ ଅନା ।

ମାଉସୀ କରିଛି ଆରିଶା ପିଠା

ବଢିଆ ସୁଆଦ ଆହାକି ମିଠା

ଟିକିଏ ରହି, ଯାଆ ତୁ ଖାଇ

ନକରି ମନା ।

ହନୁ ମଉସା, ମୁଣିରୁ କାଢି

ଦେଏ ପଇସା ।

ସହରେ ହେଉଛି ବାଲି ଯାତରା

ମେଲେଇ ଦେଇଛି କେତେ ପସରା

ମାଉସୀ ମୋ, ଯିବ ସହର

କରିଛି ଆଶା ।

ପୁଷି ବିଲେଇ, ମୁହଁ ଫୁଲେଇ

ବସିଛୁ କାହିଁ ।

ମଉସା ଆଣିଛି ଭାକୁର ଧରି

ମାଉସୀ ରାନ୍ଧିଛି ଯତନ କରି

ଆଇଁସେ ତୋର, ଭାରି ଆଦର

ଜାଣିଛି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics