Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

କୁମ୍ଭୀର କାନ୍ଦଣା

କୁମ୍ଭୀର କାନ୍ଦଣା

1 min
296



ଆଉ ଦିଅ ନାହିଁ ନିନ୍ଦା ଅପଯଶ

ଇତର ମୁକ ପ୍ରାଣୀଟି ନାମରେ

ଯାହା ତ ଭୁଲ୍ କରିଛେ ପୂର୍ବରୁ

ଆମେ ଅଜ୍ଞତାରେ ଅଜାଣତରେ ।


କୁମ୍ଭୀର କାନ୍ଦଣା ମଗରମାଛର ଲୁହ

ନାମରେ କେତେ ରୁଢ଼ି ଢଗଢମାଳି

ରଟୁଥାଉ ଆମେ ଅହର୍ନିଶି ଅନବରତ

ଦର୍ଶାଇବା ପାଇଁ ମଣିଷର ପ୍ରକୃତ ସ୍ୱରୂପ ।


ଗବେଷଣା କହେ ତଥ୍ୟ ପ୍ରମାଣ ଭିତ୍ତିରେ

ଏଇ ଜୀବଟି କାନ୍ଦେନି ଗଭୀର ଶୋକରେ

ଗଡ଼ାଏ ଆଖିରୁ ତାହାର ନିରୁତା ଲୁହ

କ୍ଷୁଧାତୁରେ ଭୋଜନ କରିବା ବେଳରେ ।


ସୃଷ୍ଟିର ନିୟମେ ଜୀଇଁବାକୁ ଭୋଜନ

କି ତା'ର ନୁହେଁ ନାର୍ଯ୍ୟ ଅଧିକାର

କାହିଁ ରଟିବା ଆମେ ଇତର ଜୀବେ

ଅପନିନ୍ଦା କରି ବୃଥା ତିରସ୍କାର ।


ଆମେ ତ ଉନ୍ନତ ମଣିଷ ଜାତି ସମସ୍ତ

ଛଳନା ପ୍ରତାରଣା କଳା କୌଶଳେ ମାହିର

ଅଭିନୟ କରିବାଟା ଯେମିତି ଆମର

ଏକଚାଟିଆ ଜନ୍ମ ସିଦ୍ଧ ଅଧିକାର ।


ନିଜକୁ ବୋଲାଇଣ ବିଜ୍ଞ ଶ୍ରେଷ୍ଠ

ସୃଷ୍ଟିକୁ କରିଛେ ଆମେ ଭୂଲୁଣ୍ଠିତ

ଆମରି ଦୁରାଚାରେ ଅତ୍ଯାଚାରେ

ଜୀବଜନ୍ତୁ ଶଙ୍କିତ ଭୟଭୀତ ବିଲୁପ୍ତ ।


ଯୁଗ ସଙ୍କଟର ଏହି ସନ୍ଧିକ୍ଷଣରେ

ଭ୍ରମ ସଂଶୋଧନର ସମୟ ଉପନୀତ

ଏଥିପାଇଁ ନକରି ତିଳେ ବି ବିଳମ୍ବ

ସୁଧାରି ନେବାକୁ ହେବ ଆମର ଚରିତ୍ର ।


Rate this content
Log in

Similar oriya poem from Abstract