କୁମାର ପୂର୍ଣ୍ଣମୀ
କୁମାର ପୂର୍ଣ୍ଣମୀ
କୁମାର ପୂର୍ଣ୍ଣମୀ ଜହ୍ନ
କୁଆଁରୀମାନଙ୍କ ମନ ଛନଛନ
ଆଞ୍ଜୁଳି ଟେକାରେ ମନ
କୁଲାରେ ନଡ଼ିଆ ଜହ୍ନି କାକୁଡି କଷି
ଛେନାପୁର ମଣ୍ଡାପିଠା ଲିଆ ଦୀପ ଧୂପ ବରଷି
ଚଉରା ମୂଳରେ ଆଞ୍ଜୁଳି ଟେକି କୁନି ଶୋଇଛି ରୁଷି
କଥା କହୁନି ହସି କେହି କହୁନି କଥା ଭରଷି
ଚାନ୍ଦ ଚକଟା ବେଳ ହେଲାଣି ଆସି
ଭାଉଜ ଡାକିଲେ କୁନିରେ ଆ ତୁ ହସି
ଚାନ୍ଦ ପରି ବର ପାଇବାକୁ ମନରେ ତୋଷି
ଦେ ତୁ ହସି ଯାଉ ଫୁଲ ବରଷି
ମେଘ ସଵାରୀରେ ବର୍ଷା ଦିଏ ପରଷି
ଆୟୁଷ ଆଶିଷ ନିରୋଗ ରହ ଖୁସିରେ ହସି
ଭୁଲିଗଲା କୁନି ରାଗ ଅଭିମାନ
ନୂଆ ଡ୍ରେସ ମାନି ନଥିଲା ତା ମନ
କୁଆଁର ପୁନେଇଁ ଦିନ
ସେ ନୀଳକଇଁ ବର ତା ଚାନ୍ଦଉଦିଆ ଜହ୍ନ
ରୂପା ଜୋତା ଛତା ପିନ୍ଧିକି ଜହ୍ନ
କିଣିନେଇଛି ସବୁ କୁଆଁରୀ ମନ
ଶ୍ରଦ୍ଧାରେ ଚାନ୍ଦ ଖାଇ କୁନି ହସୁଥିଲା ସେଦିନ

