କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା
ହେମନ୍ତ ଛୁଇଁଲା ଧରା
ଖୋଲି ଗଲା କାଶତଣ୍ଡି ର
ମହକିତ ବାସ୍ନାର ଫରୁଆ
ସୁନୀଳ ଆକାଶ ବକ୍ଷେ
ଉଇଁଲା ଖିଲି ଖିଲି ହସି
ରୂପାଜହ୍ନ
ମହିନେବ କୁଆଁରୀ ମନ
ସତେ ଅବା କହିଦିଏ ସେ
ସଜବାଜ ହୋଇ ସଜାଡି
ଦିଅ ବନ୍ଧାପନାର ଥାଳ
ଆଲୁଅ ର ଝିଲ୍ ମିଲ୍
ପରଶରେ ମୋତେ ଦେଖି
କଇଁଦେଇଛି ତା ଗୋଲାପି
ପାଖୁଡା ଖୋଲି
ପାଖୁଡା ର ଅନ୍ତରାଳରୁ
ଜଣାଉଛି ଚାନ୍ଦକୁ ଶୁଭାଗମନ
ଅଭିନନ୍ଦନ ର ବାର୍ତ୍ତା
କୁଆଁରୀ ମନର ମାର୍ମିକ ଗାଥା
କୁମାର ଉସ୍ଛବରେ ହଜିଯିଵେ
ମଜ୍ଜି ଯାଇ ଖୋଲିଦେବେ
ସାଇତା କୁହୁକ ପେଡି
ଭକ୍ତର ଅର୍ଘ୍ଯ ଦେବେ ଅଜାଡି
ଶୀତର ଚୁନା ଚୁନା ଲହରିରେ
ଭାସି ଆସିବ ଖୁସିର ଲହରୀ
କୁମାର ପୂର୍ଣ୍ଣିମା ର ଆଲ୍ଲଦ
ଯିବ ଖେଳି ।
