କୁମାର ପୁର୍ଣିମା
କୁମାର ପୁର୍ଣିମା
ଆସିଛି କୁମାର ପୂର୍ଣ୍ଣିମା ଖୁସିର ବାରତା ଆଣିଛି
ଘରେ ଘରେ ମିଠା ପିଠା ସଭିଙ୍କ ହୋଇଛି
ନୂଆଁ ପୋଷାକ ପିନ୍ଧି ପିଲା ଙ୍କ ଆନନ୍ଦ
ହୋଇଛି
ଜହ୍ନ ମାମୁଁ ଙ୍କ ଦର୍ଶନ ପାଇଁ ମନ ଝୁରି ହେଉଛି
ରୁପେଲି ଜହ୍ନ କୁ ଦେଖି ସୁନା ଝିଅ ହସୁଛି
ରୁପେଲି ଚାନ୍ଦ ପରି ସେ ସୁନ୍ଦର ବର ମନାସୁଛି
ଜହ୍ନ ରାତିରେ ତାସ ,ଲୁଡୁ ପରି ଖେଳ ଆସର ହୋଇଛି
ଚାନ୍ଦିନି ରାତିରେ ରୂପା ଚାନ୍ଦ ଦେଖି ମନ ହରଷ ହୋଇଛି
ଚାନ୍ଦିନି ରାତିରେ କାହ୍ନାର ବଂଶୀ ର ସ୍ୱର ଶୁଭୁଛି
ରାଧାଙ୍କ ସାଥେ ଷୋଳ ସହସ୍ର ଗୋପୀଙ୍କ ଆଗମନ ହେଉଛି
କୃଷ୍ଣ ଙ୍କ ସାଥେ ଗୋପୀ ଙ୍କ ମହା ରାସ ଉତ୍ସବ ଜମିଛି
ଗୋପୀ କୃଷ୍ଣ ଙ୍କ ପାଇଁ ମାୟା ତ୍ୟାଗ କରିଛନ୍ତି
ରାଧା ଙ୍କ ସାଥେ କୃଷ୍ଣ ଙ୍କ ପ୍ରେମ କୁ ବୁଝିବା
ଲୌକିକ ନୁହେଁ ଅଲୋକିକ ରାସ ଏଇ ତ ଆମେ ଜାଣିବା
ପୁନେଇଁ ରାତିରେ ଜହ୍ନ ରାତି ର ମହତ୍ୱ କୁ ବୁଝିବା
ଜହ୍ନ ଙ୍କ ଆଲୋକ ରେ ବୃକ୍ଷ ରେ ଔଷଧ ହୁଏ ଜାଣିବା
ଜହ୍ନ ହିଁ ଆମର ମନ କୁ ସ୍ଥିର କରି ପାରନ୍ତି
ଆସ ପୁନେଇଁ ରାତିରେ ବୁଲିବା
ଷୋଳ କଳା ନେଇ ଚନ୍ଦ୍ର ଆସିଛନ୍ତି ।।
