STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

କୁହୁଡିନିବେଦିତା ମିଶ୍ର

କୁହୁଡିନିବେଦିତା ମିଶ୍ର

1 min
241


ଦୟାକରି ଏ କୁହୁଡିକୁ କେହି ହଟେଇ ଦେବାକୁ ଚେଷ୍ଚା କର ନାହିଁ

ସବୁକିଛି ସ୍ପଷ୍ଟ ହେଇଯିବା ବି କାଳେ ବେଳେବେଳେ ଠିକ ହେବନି।


ପାଦେ ପାଦେ ଆଗକୁ ବଢୁଥିଲେ ରାସ୍ତା ଆପେ ଆପେ ଖୋଲୁଥିବ

ଲମ୍ବା ରାସ୍ତା ଦେଖି କାଳେ ପାଦ ନଚାଲି ଆଗରୁ ଡରି ଥକିଯିବ।


କିଛି ଅସ୍ପଷ୍ଟତା ଜୀବନ ବଞ୍ଚିବାକୁ ଖୋରାକ ଯୋଗାଇ ଦିଅନ୍ତି

ଚିତ୍ରର ସ୍ପଷ୍ଟତା ବି ବେଳେବେଳେ ଦୃଷ୍ଟିଶକ୍ତି ହରାଇ ନିଅନ୍ତିା


କୁହୁଡିର ଝାପସା ଆଲୁଅରେ ଲୁଚିଥାଏ ଅନେକ ଆଶାର ଆଲେକ

ବାହିନିଏ ଯିଏ ଜୀବନକୁ ନିରନ୍ତର ଭାବେ ଆଗକୁ ଦେଖାଇ ପଥ।


କୁଜ୍ଝଟ୍ଟି ଶିକ୍ଷାଏ ଅତି ଦୂରଦୃଷ୍ଟି ଲୋଡା ନୂହେଁ ସଫଳତା ଲାଗି

ପାଦ ପରେ ପାଦ ପକାଇ ଚାଲିଲେ ରହସ୍ଯପଥ ହୁଏ ଭେଦି।


କୁହୁଡି ପରି ଧୂଆଁର ଏକ ଆସ୍ତରଣ ଘୋଡେଇ ରହିଛି ସବୁଠି

ଏହାର ଅନାବରଣ ଲାଗି ପ୍ରାୟ ସମସ୍ତେ ହୁଅନ୍ତି କୁଣ୍ଠିତ ଏଠି।


କାହିଁକି ନା କୋଉଠି ନିରବତାର କୁହୁଡି ପଛେ ଅଛି ସୁପ୍ତପ୍ରେମ

ତ କୋଉଠି ତ୍ଯାଗର କୁହୁଡି ତଳେ ଅଛି ସାଇତା ମନର ଅଭିମାନ।


କୁହୁଡିର ସାନ୍ଧ୍ରତା ଯେତେ ଅଧିକ ବଢେ ତା ସାଥେ ବଢେ ସମ୍ଭାବନା

ସମ୍ଭାବନାର ହାତ ଧରି ବଢି ବଢି ଚାଲେ ସମୟର ଲବ୍ଧ ଭାବନା।


ଥରେ କୁହୁଡି ହଟିଗଲା ପରେ ବେଶ୍ ପରଛା ଲାଗେ ଦିଗବଳୟ

ସବୁକିଛି ସ୍ବଚ୍ଛ ସ୍ପଷ୍ଟ ବାରିହୁଏ ନ ରହେ ମନରେ ଆଉ ସଂଶୟ ।


ସଭିଙ୍କ ସାମନାରେ ଘୋଡେଇ ରହିଛି ଭବିଷ୍ଯତର କୁହୁଡିର ଛାୟା

ନିରନ୍ତର ପରିଶ୍ରମ କରିଲେ ସବୁକ୍ଷେତ୍ରେ ସଫଳତା ମିଳିବ ନିଶ୍ଚୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational