କୁହୁଡି
କୁହୁଡି
ଟୋପା ଟୋପା ଏ କୁହୁଡି
ମାଟିକୁ ଯେ ଛୁଇଁ ଯାଏ
ଏଇ ମାଟି ସେ ଟୋପାରେ
ଭିଜି ଭିଜି ଓଦା ହୁଏ ।
ସେଇ ଓଦା ମାଟିରେ ତ
କେତେ ବାସ୍ନା ରହି ଯାଏ
ସେଇ ବାସ୍ନା ମହକରେ
ମାଟି ତ ବିଭୋର ହୁଏ ।
ମାଟି ଆକାଶକୁ ଚାହିଁ ଥାଏ
କୁହୁଡି ମାଟିକୁ ଭଲ ପାଏ
ଏ କୁହୁଡି ବିନ୍ଦୁରେ ଆମ୍ବ ବଉଳ ତ
ଆପେ ଆପେ ଝଡି ଯାଏ ।
ପତ୍ରେ ମହୁ ଭରି ଥାଏ ।
ମନଲୋଭା ଏଇ କୁହୁଡିର ଦୃଶ୍ୟ
ମନକୁ ଯେ ମୋହିନିଏ
ସେ କୁହୁଡି ଭିତରେ ଯେତେ ଚାଲୁଥିଲେ
ବାଟ ସେତେ ଦେଖାଯାଏ ।
ମନେ ଭରି ଦିଏ ଆଶା ଅଶୁମାରୀ
ପ୍ରେମର ଏକ ସହର
ସେଇ ସହରରେ ତୋଳା କି ହେଇଛି
ଆମର ସରଗ ପୁର ।
ଦେଖିଲେ ତ ଏଇ ଦୃଶ୍ୟ
ଲାଗେ କି ତୁଷାର ରାଜ୍ୟ
ତାହାରି ଭିତରେ ଆମେତ ରହିଛୁ
ଆମ ପାଦ ତଳେ ମାଟି ଥାଏ ।
ମାଟି କାକରକୁ ଭଲ ପାଏ ।
ଘାସ ଗାଲିଚାରେ ଶିଶିର ବିନ୍ଦୁ ତ
ମୋତି ପରି ଦେଖାଯାଏ
ସୂର୍ଯ୍ୟର ସୁନେଲି କିରଣରେ ସିଏ
ସପ୍ତ ରଙ୍ଗ ହେଇଯାଏ ।
କୁହୁଡ଼ି ଭିତରେ ନିମିଷେକ ପୁଣି
ସୂର୍ଯ୍ୟ କେଣେ ଲୁଚି ଯାଏ
କୋଲ ମାରି ଯାଏ ଶୀତୁଆ କାକରେ
ଦେହ ଦୁଲୁକେଇ ଦିଏ ।
ହେଲେ ଚାଲିବାଟା ମଜା ଥାଏ
ମନ ଖୁସିରେ ଯେ ଭରି ଯାଏ
ଏଇ ମନଲୋଭା କୁହୁଡିର ଦୃଶ୍ୟ
ନା କିଏ ଭୁଲି ପାରି ଥାଏ ।