ଦାଗ
ଦାଗ
କପଡାରେ ଦାଗ ଲାଗି ଯାଏ ଯେବେ
ତାକୁ ତ ଛଡେଇ ହୁଏ
କାଚ ଆଇନାରେ ଦାଗ ପଡି ଗଲେ
ତାକୁ ଲିଭେଇବ କିଏ ?
ଭାଙ୍ଗିଯାଏ ପଛେ ସେ କାଚ ଆଇନା
ଦାଗଟି ସେମିତି ଥାଏ
କାଚ ଆଇନାଟି ଏମିତି ଗୋଟିଏ
ସ୍ପଷ୍ଟ ଚିହ୍ନ ରହି ଯାଏ ।
ଯେଉଁ ଥିରେ ଦାଗ ଲାଗି ଯାଉ ପଛେ
ଛଡେଇବା କଷ୍ଟ ଥାଏ
ମନ ଆଇନାରେ ଦାଗ ପଡିଗଲେ
ସେ ଦାଗ ଭୁଲିବା କିଏ ?
ମନରେ ଆଘାତ ଦାଗଟି ଲାଗିଲେ
ବହୁ କଷ୍ଟ ଦେଇଥାଏ
ନୀରବ ଭାବରେ ହୃଦୟ ଇଲାକୁ
ଲୁହ ତାର ଝରି ଯାଏ ।
ଚରିତ୍ରରେ ଥରେ ଦାଗ ଲାଗି ଗଲେ
ନା ଦାଗ ଲିଭେଇ ହୁଏ
କଳଙ୍କିନୀ ବୋଲି ଏଇତ ସମାଜ
ବିଦ୍ରୁପଟି କରି ଥାଏ ।
ଅଧିକାଂଶ ଦାଗ ଲିଭି ଯାଇଥାଏ
କେତେ ଯେ ଅଲିଭା ଥାଏ
ଯୋଉ ଦାଗ ଅଲିଭାଟି ହେଇଥାଏ
ନା ପାଶୋରି ହେଇଥାଏ ।
ଚରିତ୍ର ଅଟଇ ସବୁ ଠାରୁ ମୂଲ୍ୟ
ସେଥିରେ ଦାଗ ଯେ ଦିଏ
ଏ ମନ ହୃଦୟ ଭିତରେ ତା ପାଇଁ
ଘୃଣା ଭାବ ସୃଷ୍ଟି ହୁଏ ।
କାହା ଚରିତ୍ରକୁ ଆପେକ୍ଷ କରିଣ
ଦାଗ ଦିଅ ନାହିଁ କିଏ
ଥରେ ଯଦି ଦାଗ ଲାଗି ଯାଏ ସେଠି
ଚିର ଦିନ ରହି ଥାଏ ।