💓😔କୁହୁଡ଼ି😔💓
💓😔କୁହୁଡ଼ି😔💓
ଏ ଯେ ଜୀବନ କୁହୁଡ଼ି
ଝାପ୍ସା ଝାପ୍ସା ଦିଶୁଛି ସବୁ କିଛି
ଜୀବନରେ ଆଗକୁ କଣ ଅଛି
କିଛି ବି ହେଉ ନାହିଁ ବୁଝି।
ଏ ଯେ ଜୀବନ କୁହୁଡ଼ି
ଆଗକୁ ବାଟ ଠିକ ସେ ଦିଶୁ ନାହିଁ
କଣଟା ଭୂଲ, କଣଟା ଠିକ, ହେଉ ନାହିଁ ବୁଝି
ଏ ଯେ ଜୀବନର ଦ୍ୱିଛକି
ଆଗକୁ ବଢ଼ାଇବାକୁ ପାଦ ଡର ଲାଗୁଛି
କାଳେ ହୋଇ ଯିବ କି ଦୁର୍ଘଟଣା ଆଉଥରେ ପୁଣି।
ଏ ଜୀବନ କୁହୁଡ଼ି
ଲୋକଙ୍କ ମୁଖଟା ଦିଶୁ ନାହିଁ ଠିକ ସେ ଏଇଠି
ପାଖରେ ପହଞ୍ଚିଲେ ଜଣା ପଡେ ଲୋକର ପ୍ରକୃତି
ହେଲେ ଫେରିବାକୁ ନ ଥାଏ ବାଟ ସେଇଠି।
ଏ ଯେ ଜୀବନ କୁହୁଡ଼ି
ଦେହ ମନ ଯାଉଛି ଥରି
ମନରେ ଉଠୁଛି ପ୍ରଶ୍ନ ଏଇଠି
କଣ ଆଉ ଥରେ ଏ ଜୀବନେ ସୂର୍ଯ୍ୟଙ୍କର କିରଣ ହୋଇବ କି ତେଜି ?????
