STORYMIRROR

Satyabati Swain

Inspirational

3  

Satyabati Swain

Inspirational

କୁହଇ ଆମରି କାନେ

କୁହଇ ଆମରି କାନେ

1 min
195

ବରଷକେ ଥରେ ଜନ୍ମ ଦିନ ଆସି 

କୁହେ ଆମରି କାନେ

ଗୋଟିଏ ବରଷ ଫେଡ଼ି ହୋଇଗଲା

ତୋହରି ଆୟୁରୁ ଜାଣେ।


ଟିକିଏ ହିସାବ କରିବୁରେ ଧନ

କି କାମ କରିବାର ଥିଲା

ପଛକୁ ଚାହିଁ ଆଗ ଓଳେଇବୁ 

ଆଉ କେତେ ବାକି ରହିଲା।


ଖୁସି ବାଣ୍ଟିବୁ ଖୁସି ରହିବୁ ଧନ

ଗାରେ ହସ କା ମୁହଁର ହେବୁ 

ଦିବ୍ୟ ଚିନ୍ତାରେ ପ୍ରସନ୍ନ ରହି

ଖୁସି ଖୁସିରେ ଦିନ ବଞ୍ଚୁଥିବୁ।


ସତ କର୍ମ କରି ଉଦ୍ଯୋଗୀ ହୋଇ

ସୁଖ ଶାନ୍ତିରେ ବିତୁ ତୋ ଦିନ

ଦୁଃଖର ଦିନକୁ ମନୁ ପାଶୋରି

କଳା ଜହ୍ନ ପଦରେ ରଖିବୁ ଧ୍ୟାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational