STORYMIRROR

MADHU MITA

Inspirational

3  

MADHU MITA

Inspirational

କୁହ ..

କୁହ ..

1 min
209


ପହଁରା ନ ଜାଣି ପାଣିକୁ ଡେଇଁଲେ..

ନିଶ୍ଚୟ ମୁଁ ସତେ ଭୂଲ୍ କରି ଥାନ୍ତି..

ହେଲେ ନଉକା ରେ ବସି କୂଳକୁ ଚାହିଁଲି..

ତା ବି କଣ ମୁଁ ଅପରାଧ କଲି...!!??


ଦୁନିଆ ଧନ ଦଉଲତ ଅମାରେ ଚାହିଁଲେ..

ନିଶ୍ଚୟ ପ୍ରଚଣ୍ଡ ଲୋଭୀ ମୁଁ ବୋଲାନ୍ତି..

ହେଲେ ଚଳିବାକୁ ଟିକେ ସାଧନ ଖୋଜିଲି..

ତା ବି କଣ ମୁଁ ପାପ କରିଦେଲି..!!??


ଛପନ ଭୋଗ ଷାଠିଏ ପଉଟି ମାଗି ଦେଇଥିଲେ..

କେତେ ନିନ୍ଦା ସତେ ମୁଁ ସହି ଥାଆନ୍ତି..

ଦି ଓଳି ଦି ମୁଠା ଖାଦ୍ୟ ମାଗି ମୁଁ ଯେ..

ସତେ କଣ କିଛି ଅପରାଧ କଲି..!!??


କୁମ୍ଭକର୍ଣ୍ଣ ପରି ନିଦ୍ରା ମାଗିଥିଲେ..

ସତେ କେତେ କଥା ନ ଶୁଣନ୍ତି..!!??

ଆଖି ପତାରେ ଟିକେ ସୁନିଦ୍ରା ମାଗିଲି..

ବୋଧେ ତାହା କରି କିଛି ପାପ କରିଦେଲି..!!??


ଅପରାଜେୟ ଅମରତ୍ଵ ..ଅବା ତ ମାଗିନି ଚିର ଯଉବନ..

କେବେ ତ ମାଗିନି ସତ୍ତା ପ୍ରାଦୁର୍ଭାବ ଅବା ତୁମ ସେଇ ରତ୍ନ ସିଂହାସନ...!!??

ମରଣ ନିଶ୍ଚିତ ଜାଣିଲି ତଥାପି..ଟିକେ ବଞ୍ଚିବାକୁ ଚାହିଁ ଦେଲି ବୋଲି..

ଆଜି ସତେ କେତେ ନିନ୍ଦା ଅପବାଦ ନେଲି...!!??

ସତ କହ ପ୍ରଭୁ..ହେ ଦୟା ସାଗର..

ମୁଁ କଣ ଆଜି ପାପୀ ଅପରାଧୀ ହେଲି..!!??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational