STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

କୁହ ପ୍ରଭୁ କେଉଁଠି ଖୋଜିବି

କୁହ ପ୍ରଭୁ କେଉଁଠି ଖୋଜିବି

1 min
3.0K

କୁହ ପ୍ରଭୁ କୁହ କେଉଁଠି ଖୋଜିବି

(ତୁମେ ସର୍ବତ୍ର ବିଦ୍ୟମାନ)


ତୁମେ ତ ମୋହର‌ ୟେ ଜୀବ ଜୀବନ

ତୁମେ ତ ମୋହର ପରାଣ ପବନ

ତୁମେ ସତ୍ୟ,ସୁନ୍ଦର ତୁମେ ଚିରନ୍ତନ

ତୁମେ ପ୍ରଭୁ ମହିୟାନ, ତୁମେତ ମୋହର


ସର୍ବମୟ ତୁମେ ସର୍ବ ବ୍ୟାପ୍ତ ତୁମେ

ଅନାଦି ଈଶ୍ୱର ନିରାକାର ତୁମେ 

ତୁମେ ଜଗତ ଜୀବନ,

ଫୁଲର ମହକ,ଦିବସେ ଆଲୋକ

ତାରକାର ଜ୍ଵୋତି ବିଶ୍ଵ ପାବକ

ତୁମେ ପ୍ରଭୁ ନିରଞ୍ଜନ, ତୁମେତ ମୋହର


ତୁମେ ପାଇଁ ସିନା ୟେ ଦୁନିଆ ଅଛି

ତୁମେ ନଥିଲେ ତ ନଥାନ୍ତା ହେ କିଛି

ତୁମେ ଅଖିଳ ଭୁବନ,

ଗଢିଛ ଠାକୁରେ, “ତୁମ ଆଶ୍ରୟରେ

ୟେ ଜୀବନ ମନ ମଜ୍ଜିଛି ବିଭୋରେ

ତୁମେ ପରା ପରମବ୍ରହ୍ମ, ତୁମତ‌ ମୋହର


ଅନ୍ଧାର ରେ ତବ ଜ୍ୟୋତି ବରଷଇ

ରୋଷଣୀ ଆଲୋକେ ଆଲୋକିତ ମହୀ 

ତୁମେ ପ୍ରଭୁ ଜ୍ୟୋତିଷ୍ମାନ,

ବରଫ ର ଶୀତେ ଶୀତଳିତ ତ ତୁମେ

ଅଗ୍ନି ର ଉତ୍ତାପେ ପ୍ରଜ୍ଵୋଳିତ ତୁମେ

ତୁମେ ସର୍ବ ବିଦ୍ୟମାନ, ତୁମେତ ମୋହର


ତୁମେ ତନ,ମନ ଆହେ ଭଗବାନ

ୟେ ଜୀବନ ଗାଥା ତୁମେ କି ନଜାଣ 

ଭୁଲି ନାହିଁ ତବ ଦାନ,

କୁହ ପ୍ରଭୁ ତେବେ କେଉଁଠି ଖୋଜିବି

ତୁମକୁ କେମିତି ଠାକୁରେ ଭୁଲିବି

(ତୁମେ)ୟେ ହୃଦୟରେ ବିଦ୍ୟମାନ, ତୁମେତ ତୋହର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract