କୁହ ପ୍ରଭୁ ଜଗନ୍ନାଥ
କୁହ ପ୍ରଭୁ ଜଗନ୍ନାଥ
ତୋ ରଥ ଯାତରା ଆସୁଅଛି ପରା
ତିଆରି ଚାଲିଛି ରଥ
ନନ୍ଦିଘୋଷ ତୋର ଟାଣିକି ପାରିବି
କୁହ ପ୍ରଭୁ ଜଗନ୍ନାଥ l
ଚାଲେ ସଙ୍ଗରୋଧ ଘରେ ମୁଁ ଆବଦ୍ଧ
ଅଦୃଶ୍ୟ ଭୁତାଣୁ ଭୀତି
ଜୀବନ ଯନ୍ତ୍ରଣା କରେ ବାଟ ବାଣା
ଯିବି ମୁଁ ପୁ୍ରୀ କିମିତି l
ବଡ ଦାଣ୍ତ ଧୁଳି ମୁଣ୍ତେ ମୋର ବୋଳି
ଦେଖିବିକି ତୋ ଶ୍ରୀମୁଖ
କୃଷ୍ଣଭକ୍ତ ସଙ୍ଗେ ହରିନାମ ରଙ୍ଗେ
ପାଇବିକି ସେହି ସୁଖ l
ଭାଗ୍ୟ ତ ମୋହର ଭଗାରି ସାଜିଛି
କି କରିବି ହୃଷିକେଶ
ଦେଖିବିକି ସତେ ଏ ବରଷେ ରଥେ
ମାଗେ ତୋହରି ଆଶିଷ l
