STORYMIRROR

Sachidananda Kar

Tragedy

4  

Sachidananda Kar

Tragedy

କୁହ କି ଉତ୍ତର ଦେବ

କୁହ କି ଉତ୍ତର ଦେବ

1 min
335

ପାଠ ପଢିଲନି ମୁରୁଖ ରହିଲ

ଏବେ କୁହ କ'ଣ ହେବ

କାହିଁକି ରହିଲ ପଚାରିଲେ କେହି

କୁହ କି ଉତ୍ତର ଦେବ ।।


ମୁରୁଖ ପଣରୁ ଖଣି ଖାଦାନରେ

ପଥର ଭାଙ୍ଗିଲ ଯାଇ

ତୁଚ୍ଛାଟାରେ ତୁମେ ଘରେ ବସି ପୁଣି

ଅଳସେ ମାରିଲ ହାଇ ।।


ଢାବା ହୋଟେଲରେ ରହିଗଲ କେହି

ଅଇଁଠା ପୋଛିବା ଲାଗି

କିଏ ପୁଣି ହାତ ପତେଇ ବୁଲିଲ

ଦୁଆର ଦୁଆର ମାଗି ।।


ବାସନ ଧୋଇଲ ଘର ଓଳେଇଲ

ରହି ଆଉ କାହା ଘରେ

କିଏ ବି କେଉଁଠି ପେଟ ପୋଷିବାକୁ

କାମ କଲ ଡରେ ମରେ ।।


ଜୋତା ସଫା ଆଉ ଫେରି କାମ କଲ

ରେଳ ଷ୍ଟେସନରେ ବୁଲି

ରିକ୍ସା ଟାଣି ଗଲ ଟ୍ରଲି ଚଳେଇଲ

କେହି ବି ସାଜିଲ କୁଲି ।।


ଛେଳି ଚରେଇଲ ଗୋଠିଆ ହୋଇଲ

ଜଗାରଖା କଲ ଗାଈ

ବିଲ କାମ କଲ ବଣରେ ବୁଲିଲ

ବଣ ଜାଳ କାଠ ପାଇଁ ।।


ଭୋକ ବିକଳରେ ସାଉଁଟି ଖାଇଲ

ଯେଉଁଠୁ ପାଇଲ ଯାହା

ଛିଣ୍ଡା ମଇଳାରେ ଗାଳି ଗୋଇଠାରେ

ଦିନ ବିତିଗଲା ଆହା ।।


ଇସ୍କୁଲକୁ ଯାଇ ପଢିଲ ତ ନାହିଁ

ଭାବିଲେ କଅଣ ହେବ

ପଚାରିଲେ କେହି ତୁମକୁ ଏ କଥା

କୁହ କି ଉତ୍ତର ଦେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy