STORYMIRROR

Sasmita Mohapatra

Abstract

3  

Sasmita Mohapatra

Abstract

କୁହ_ହେ_ବାପୁ

କୁହ_ହେ_ବାପୁ

1 min
296

କୁହ ହେ ବାପୁ ତୁମ ସ୍ବପ୍ନ କ'ଣ

ପାରିଛି ଭାରତ ତୋଳି

ସ୍ଶାର୍ଥନ୍ବେଷି ଏହି ଜନତାର ହାତ

ପୁଟାଇଛି ଶାନ୍ତି କଳି


ନିଷ୍ପେଷିତ ଆଉ ଦଳିତ ମଣିଷ

ପାଇଛନ୍ତି କ'ଣ ନ୍ୟାୟ

ଅତ୍ୟାଚାରୀର ଅମଣିଷ ପଣିଆ

ହୋଇଛି କି ଆଜି କ୍ଷୟ


ନିର୍ଭୟା କ'ଣ ଭାରତର ଜନନୀ

ଟେକି ଚାଲିଅଛି ମଥା

ନୟନରୁ ଲୁହ ହୃଦୟରୁ କୋହ

ଥମିଛି କି ତାର ବ୍ୟଥା


ହିଂସା, କ୍ରୋଧ ,ଦ୍ବେଷ ଲୋକଙ୍କ ମନରୁ

ଛାଡି କି ପାଇଛି ଭଲ

ଏ ଦେଶର ନେତା ଶାସନ ଆସନେ

ଛାଡନ୍ତି କି ବ୍ୟଭିଚାର


ଦରିଦ୍ର ମାଆର ଚକ୍ଷୁ ଲୁହଧାର

ପୋଛିଛି କି କେହି ଦୁଃଖ

ଦାନବ ପ୍ରଳୟେ ବିଧଂସ ସମାଜେ

ନିରୀହ ମୁହଁରେ ସୁଖ


କୃଷକ ତା ଝାଳ କ୍ଷେତେ ଢାଳିଅଛି

ତୁଟିଛି କି ପରିତାପ

ଆତଙ୍କବାଦ କି ଥମି ଯାଇଅଛି

ସ୍ବାଧୀନ ଆଜି ଭାରତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract