STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କୁଡ଼ିଆ ଘର

କୁଡ଼ିଆ ଘର

1 min
326

ଥିଲେ ଥାଉ ପଛେ

କୁଡ଼ିଆ ଘର

ସୁଖ ଶାନ୍ତି ଅଟେ

ଜୀବନ ସାର

ରାଜ ମହଲ ମୁଁ

କରିବି କିସ

ଜୀବନେ ନଥିଲେ

ଖୁସିର ବାସ

ସୁନା, ରୂପା, ହୀରା

କି ଅଳଙ୍କାର

ଲୋଡ଼ା ନାହିଁ ମୋର

ମୋତିର ଘର

ସଭିଙ୍କୁ ଆଦରି

ମୋର ଜୀବନେ

ମନରେ ନରଖି

ଆଘାତ ନଦେଇ

କାହାରି ମନେ

ପର ଦୁଃଖେ

ଦୁଃଖୀ ହୋଇ କାନ୍ଦିବି

ପର ଖୁସି ପାଇଁ

ଜୀବନ ଦେବି

ସତ୍ୟକୁ ଆଦରି

ଆଦର୍ଶ ମୋର

ଚଳିବି ସଂସାରେ

ନଥିବ ଡର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract