STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

କୁଆଡର ହେବ ମୋ ପିଠି

କୁଆଡର ହେବ ମୋ ପିଠି

1 min
3.1K

ଭଲା ଲକ ଡାଉନ୍ ଚାଲିଛି ଏଠି

ପଡେ ଅଫିସରେ ଚାବି କାଠି ।

ବାବୁଙ୍କର ଉଠୁଛି ଅଠାକାଠି

ନା ଘର ନା ଘାଟ କେଉଁଠି !

ସରକାରଙ୍କୁ ଲେଖିଛି ଚିଠି

ତମେ ଧରିଛ ନାପିତ ମୁଠି ।

ଦେଖିଲିଣି ମୁହିଁ ଜନ୍ମ ଷଠି

ମୋ ପରିସ୍ଥିତି ଠ ଠା ଠି ।

ଘରେ ରହିଛି ମୁଁ ପଡି ଉଠି

ଗୋଡ ହାତ ମୋର ହେଲା ନାଠି ।

ଯଦି ଚାଲେ ଏହି ମଠାମାଠି

କୁଆଡର ହେବ ମୋର ପିଠି !

ଘରେ ପଶିଲେ ବେଲଣା କାଠି 

ରାସ୍ତାକୁ ଗଲେ ପୁଲିସ୍ ଲାଠି।

ତମେ ହୁଅନାହିଁ ଏତେ ହଠି

ଖୋଲ ଅଫିସ୍ ର ଚାବିକାଠି। 

ସାମାଜିକ ଦୂରତା ଚୌଷଠି

ଆମେ ହୋଇବୁ ନାହିଁ ଏକାଠି ।


Rate this content
Log in

Similar oriya poem from Abstract