Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Kumar Chand

Tragedy

3  

Prakash Kumar Chand

Tragedy

କୁଆଡେ ଗଲା ସେ ଦିନ

କୁଆଡେ ଗଲା ସେ ଦିନ

1 min
7.1K



ଆଗ ଭଳି ଆଉ ଶୀତ ପଡୁନାହିଁ

ଜଳୁନି ଉହ୍ମେଇ ନିଆଁ

ବରଷା ଆସୁନି ଆଷାଢ ଶ୍ରାବଣେ

ମାଟି ଫାଟି କରେ ଆଁ ।


ଫଗୁଣରେ ଆଉ ବସନ୍ତ ବହୁନି

କୋଇଲି ଗାଉନି ଗୀତ

ପୁଚ୍ଛ ଟେକି ଆଉ ମନ ଆନନ୍ଦରେ

କେକି ଯେ କରୁନି ନାଚ ।


ବରଷା କାଳରେ ଆଉ ଉଡୁନାହିଁ

ଝରିପୋକ ମାଳ ମାଳ

ଝିଟିପିଟି ଜମା ଚାହିଁ ବସୁନାହିଁ

ପାଟିରୁ ଗଡାଇ ଲାଳ। ।


ସାଧବବୋହୁ ତ ଆଉ ଦିଶୁନାହିଁ

ପଡୁ ନାହିଁ ଇନ୍ଦ୍ର ଧନୁ

ଦିନକୁ ଦିନ ତ ସେନହ ଶରଧା

ଉଭେଇ ଗଲାଣି ମନୁ ।


ଢୋଲ ଭେରୀ ତୂରୀ କାହାଳି ମହୁରୀ

ଦେଖିବାକୁ ମିଳୁନାହିଁ

ଆଗଭଳି ଆଉ ଢିଙ୍କି କୁଟା ମାଡ଼

ଢିଙ୍କିଶାଳେ ଶୁଭୁନାହିଁ। ।


ଗାଈଆଳ ପିଲା ଆଉ ଯାଉନାହିଁ

ନେଇ ଦୂରେ ଗାଈଗୋଠ

ଗୋଧୂଳି ବେଳାରେ ଶୁଭୁନାହିଁ ପୁଣି

ହମ୍ବାରଡି ଗାଆଁ ଯାକ ।


ଗାଆଁକୁ ତ ଆଉ ଆସୁନାହିଁ ବୁଲି

ସେଇ ଚକୁଳିଆ ଯୋଗୀ

ଗୀତା ଭାଗବତ ହେଲାଣି ଅଲୋଡ଼ା

ଶିରିହୀନ ଆଜି ଟୁଙ୍ଗୀ ।


କାଳର କରାଳ ଗରଭେ ଲୁଚିଲା

ସେଇ ଅତୀତର ଚିହ୍ନ

ଯେତେ ଖୋଜିଲେ କି ଆଉ ସେ ମିଳିବ

କୁଆଡେ ଗଲା ସେ ଦିନ ।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮.୭୦୦୮୯୨୫୯୫୪


Rate this content
Log in

Similar oriya poem from Tragedy