STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

କୁଆ ରାବିଲା କାଆ

କୁଆ ରାବିଲା କାଆ

1 min
341


କୁଆ ରାବିଲା କାଆ

କାଆ କାଆଟା କାହାକୁ ଭଲ

କିଏ ହୋଇଲା ନିଆଁ ।୧।

ରାବିଲା ଯଦି ଗୋଟିଏ କୁଆ

ସଭିଏଁ ହୋଇ ମେଳି ।

କାଆ କାଆର ଶବଦ କଲେ

କହନ୍ତି କୁଆ ମେଳି  ।୨।

ଗୋଟିଏ କୁଆ ମରିଲା ଯଦି

ସଭିଏଁ ମେଳି ହୋଇ ।

ରାବରେ ତାଙ୍କ କମ୍ପାନ୍ତି ଧରା

ପ୍ରତିବାଦ ତ ସେଇ ।୩।

କୁଆଟି କଳା ଖାଇ ମଇଳା

ଅସନା ସଫା କରେ ।

ବଡି ସକାଳୁ ନିଦକୁ ଭାଙ୍ଗେ

କାଆ କାଆ ରାବରେ ।୪।

କୁଆ ରାବିଲେ ଅନ୍ୟ ବେଳରେ

କୁଣିଆ ଆସିଯିବେ ।

କହନ୍ତି ଲୋକେ ଭାବନ୍ତି ଏହା

ଜାଣନ୍ତି ଲୋକେ ଭବେ ।୫।

କାଳେ କାଳେ ସେ ସଂଗ୍ରହ କରେ

ନ ଡରି ବର୍ଷା ଖରା ।

ଧରମ କାକ କହନ୍ତି ଲୋକ

କାକଭୁଷୁଣ୍ଡି ପରା ।୬।

ଭୟ ନଥାଏ ମନରେ ତା'ର

ନୁହେଁ ସେ ଅଳସୁଆ ।

ଏ ଗୁଣ ସବୁ କୁଆଠୁ ଶିଖି

ଗଢିବା ମୂଳଦୁଆ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational